କାଳୀ ପୂଜା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

ସୁବର୍ଣ୍ଣପୁର (ଶାନ୍ତନୁକୁମାର କର୍ଣ୍ଣ): ସୋନପୁର ରାମଧୂନ୍ କ୍ଲବ ଦ୍ଵାରା ଆୟୋଜିତ ୫୬ ତମ ସାର୍ବଜନୀନ କାଳୀ ପୂଜା ଅବସରରେ ସୋନପୁର ମଝିପଡ଼ା ଠାରେ ଉମାକାନ୍ତ ବାରିକଙ୍କ ହେ ଗଣପତି ଗଜ ବଦନ, ବଂଶୀ ବାଲେ , ହାଏ ତୋର ମୁଲକି ହସି, ସମ୍ବଲପୁରୀ ସଙ୍ଗୀତ ର ତାଳେ ତାଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ମୂଖ୍ୟ ଅତିଥି ଭାବେ ସୋନପୁର ବିଧାୟକ ତଥା ରାଜ୍ୟ ସରକାର ଙ୍କ ପବ୍ଲିକ ଆକାଉଣ୍ଟ କମିଟି ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପୂଜାରୀ ଯୋଗ ଦେଇ ଆୟୋଜକ, ଦର୍ଶକ ଓ କଳାକାର ଙ୍କୁ ଉତ୍ସାହିତ କରିଥିଲେ l

ସମ୍ମାନିତ ଅତିଥି ଭାବରେ ସୋନପୁର ବ୍ଲକ୍ ଅଧ୍ୟକ୍ଷ ପ୍ରହଲ୍ଲାଦ ନାଏକ, ରାମ ଧୂନ୍ କ୍ଳବ୍ ଉପଦେଷ୍ଟା କଇରୁ ସ୍ବାଇଁ, ଶ୍ରୀବତ୍ସ ମଲ୍ଲିକ, ପୌର ଉପାଧ୍ୟକ୍ଷl ମଲ୍ଲିକା ଦାନୀ, ଗୋପାଳ ବାରାଇ, ସତ୍ୟ ନାରାୟଣ ତ୍ରୀପାଠୀ, ବିଜେଡ଼ି ଟାଉନ ସଭାପତି ଜନ୍ମଜୟ ପାତ୍ର, ସୀତାରାମ ମହାପାତ୍ର, ରଞ୍ଜିତ ସାହୁ, ସୋମନାଥ କବାଟ, ଜିଲ୍ଲା ଡ୍ରଗିଷ୍ଟ କେମିଷ୍ଟ୍ ସଂଘ ସଂପାଦକ ସତ୍ୟ ନାରାୟଣ ଦର୍ ୱାନ, ଛାତ୍ର ନେତା ଶାଶ୍ଵତ ମିଶ୍ର ଯୋଗ ଦେଇ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ l

ପୂଜା କମିଟି ର ସଭାପତି ପୂରେନ୍ଦ୍ର ନାଏକ, ସମ୍ପାଦକ ସୁରଜ୍ ସାହୁ, ଉପ ସଭାପତି ବୁବୁନ୍ ନାଏକ, ସହ ସମ୍ପାଦକ ଚନ୍ଦନ ସାହୁ ମଞ୍ଚ ରେ ଉପସ୍ଥିତ ଥିଲେ l ରlମଧୁନ କ୍ଲବ୍ ସଭାପତି ପୀୟୂଷ ପଣ୍ଡା, ସମ୍ପାଦକ ବିକାଶ ପଣ୍ଡା ଙ୍କ ତତ୍ତ୍ଵl ବଧlନ ରେ ସମସ୍ତ କାର୍ଯକ୍ରମ ପରିଚାଳନା କରଯାଇଥିବା ବେଳେ କ୍ଳବ୍ ର ଉପଦେଷ୍ଟା ମନୋରଞ୍ଜନ ତ୍ରୀପାଠୀ ଅତିଥି ଙ୍କୁ ସ୍ଵାଗତ କରିବା ସହ ମଞ୍ଚ ପରିଚାଳନା କରିଥିଲେ l ମୁଖ୍ୟ ଅତିଥି ଶ୍ରୀ ପୁଝାରୀ, କଣ୍ଠଶିଳ୍ପୀ ଉମାକାନ୍ତ ବାରିକ୍ ଓ ସମସ୍ତ ଅତିଥି ଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *

error: Content is protected !!