କରଞ୍ଜିଆ/ମୟୁରଭଞ୍ଜ (ଜିତେନ୍ଦ୍ର ରାଜ଼): ବର୍ଷ ଧରି ବେଆଇନ ଭାବେ ବିଦେଶୀ ମଦ ବ୍ୟବସାୟ କରୁଥିବା କରଞ୍ଜିଆ ବ୍ଲକ ଅନ୍ତର୍ଗତ କାଦଡିହା ଗ୍ରାମର କରୁଣାକର ମହାନ୍ତ ଓରଫ ଟୁକୁ ମହାନ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କରଞ୍ଜିଆ ପୋଲିସ। ବିଜେଡି ଦଳର ଜଣେ ଆଗଧାଡିର ଯୁବନେତା ଭାବେ ଜଣାଶୁଣା ଗିରଫ ଟୁକୁ ମହାନ୍ତ ବହୁ ସମୟରେ ତତ୍କାଳୀନ ମନ୍ତ୍ରୀ ତଥା ବିଧାୟିକାଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ ରେ ତାଙ୍କୁ ଦେଖିବାକୁ ମିଳୁଥିଲେ ଓ ତତ୍କାଳୀନ ମନ୍ତ୍ରୀଙ୍କ ଖାସ ଲୋକ ଭାବେ ଅଞ୍ଚଳ ରେ ଜଣାଶୁଣା ଥିଲେ
ପୂର୍ବ ସରକାର ସମୟର ବିଧାୟକ ଓ ମନ୍ତ୍ରୀ ଙ୍କ ଛତ୍ରଛାୟା ତଳେ ସେ ଦୀର୍ଘ ବର୍ଷ ଧରି ସେ ତାଙ୍କ ଜଳଖିଆ ଦୋକାନ ରେ ବେଆଇନ ଭାବେ ମଦ ବ୍ୟବସାୟ ଜାରି ରଖିଥିଲେ