ସର୍ବ ଭାରତୀୟ ବକ୍ସିଂ ପ୍ରତିଯୋଗିତା ପାଇଁ ବୁଗୁଡ଼ାର ୩ଜଣ ମନୋନୀତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଡିସେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜାବର ଗୁରୁକାଶୀ ବିଶ୍ଵବିଦ୍ୟାଳୟରେ ହେବାକୁଥିବା ସର୍ବ ଭାରତୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଖେଳିବା ପାଇଁ ୭ ଜଣ ପ୍ରତିଯୋଗୀ ମନୋନୀତ ହୋଇଥିବା ବେଳେ ସେଥି ମଧ୍ୟରୁ ବୁଗୁଡ଼ା ପିପୁଲ୍ସ କଲେଜର ୩ଜଣ କ୍ରୀଡାବିତ ମନୋନୀତ ହୋଇଛନ୍ତି।

ମହିଳା ବକ୍ସିଂ ଦଳରେ ବୁଗୁଡ଼ା ଅନ୍ନପୂର୍ଣ୍ଣା ନଗରର ତମନ୍ନା ସାହୁ ମନୋନୀତ ହୋଇଥିବା ବେଳେ ପୁରୁଷ ବିଭାଗରେ ବୁଗୁଡ଼ା ଅନ୍ନପୂର୍ଣ୍ଣା ନଗରର ଶ୍ରୀତମ ପ୍ରଧାନ ଓ ବୁଗୁଡ଼ା ଅନ୍ତର୍ଗତ ସୋହଳମାଇଲିର ତୁଷାର ମହାନ୍ତି ମନୋନୀତ ହୋଇଥିବାରୁ ବୁଗୁଡ଼ା ଅଞ୍ଚଳରେ ଖୁସି ର ଲହରୀ ଖେଳି ଯାଇଛି । ଏହି କ୍ରୀଡାବିତ୍ ମାନେ ପ୍ରଶିକ୍ଷକ ଦୁର୍ଗା ପ୍ରସାଦ ଦାସ ଓ କେ ଶ୍ରୀନିବାସ ଦୋରାଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ନେଉଥିବା ଜଣାପଡିଛି।ଚୟନ ହୋଇଥିବା ସମସ୍ତ ଖେଳାଳିଙ୍କ ସଫଳତା ପାଇଁ ପିପୁଲ୍ସ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ମାନେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!