ଯୋଡ଼ା (ସୀତାରାମ ଦୀକ୍ଷିତ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହରରେ ଆଦିବାସୀ ସମାଜ ତରଫରୁ ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀକୁ ଆଦିବାସୀ ଗୌରବ ଦିବସ ଭାବେ ଖୁବ ଧୁମଧାମରେ ପାଳିତ ହୋଇଯାଇଅଛି।ଏହି ଅବସରରେ ସର୍ବପ୍ରଥମେ ଯୋଡ଼ା ସ୍ଥିତ କଳାପାହାଡ଼ ରେ ଥିବା ବିର୍ସା ମୁଣ୍ଡା ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ପାରମ୍ପରିକ ରୀତିନୀତି ରେ ପୂଜା ଅର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ସଂଗ୍ରାମ, ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଓ ଆଦିବାସୀ ସମୁଦାୟ ପାଇଁ ତାଙ୍କର ତ୍ୟାଗ ଉପରେ ଆଲୋଚନା କରାଯାଇଥିଲା।
ପରେ ଯୋଡ଼ା ଅଞ୍ଚଳର ସହ ସହ ଲୋକ ଏକତ୍ରିତ ହୋଇ ବିର୍ସା ମୁଣ୍ଡାଙ୍କ ସ୍ମରଣ ରେ ତାଙ୍କୁ ମନେପକେଇ କଳାପାହାଡ଼ ଠାରୁ କେନ୍ଦ୍ରୀୟ ଖେଳ ପଡିଆ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା କରିବା ସହ ନୃତ୍ୟ ପରିବେଷଣ କରିଥିଲେ।ପରବର୍ତ୍ତୀ ସମୟରେ କେନ୍ଦ୍ରିୟ ଖେଳ ପଡିଆ ଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନି ଉପରେ ଏକ ସଭା ର ଆୟୋଜନ କରାଯାଇଥିଲା।ତେବେ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ମୁଖ୍ୟ ରାଜେଶ କୁମାର ସମ୍ମାନନୀୟ ଅତିଥି ଯୋଡ଼ା ପୌରାଧକ୍ଷ ଜଗଦୀଶ ସାହୁ ଏବଂ ପୂର୍ବତନ ନଗରପାଳ ରବୀନ୍ଦ୍ର କୁମାର ଦାସ ଯୋଗଦେଇଥିଲେ।
ମଞ୍ଚରେ ଅତିଥି ମାନେ ତାଙ୍କ ଭାଷଣରେ କହିଥିଲେ ଯେ, “ବିର୍ସା ମୁଣ୍ଡା କେବଳ ଏକ ନାୟକ ନୁହେଁ, ସେ ଆଦିବାସୀ ଆନ୍ଦୋଳନର ପ୍ରେରଣା। ତାଙ୍କର ଆଦର୍ଶ ଓ ଆଚରଣ ସମସ୍ତଙ୍କ ପାଇଁ ଏକ ପାଠ।” କରିଥିଲେ।ତେବେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ କୁ ଏ ବର୍ଷ ଜନଜାତି ଗୌରବ ଦିବସ ଭାବେ ୩ ଦିନ ଧରି କେନ୍ଦ୍ରୀୟ ଖେଳ ପଡିଆ ଠାରେ କଳା ଏବଂ ସଂକୃତିକ କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଛି ବୋଲି ଆଦିବାସୀ ହୋ ସମାଜର ସଭାପତି ସଂଜୀବ ମୁଣ୍ଡା କହିଛନ୍ତି।