ଶ୍ରୀମନ୍ଦିରରୁ ହଟିଲା କାର୍ତ୍ତିକ କଟକଣା,ଆଜିଠୁ ପୁଣି ଚାରିଦ୍ବାରରେ ଦର୍ଶନ

ପୁରୀ (ସମୀର ରଞ୍ଜନ ନାୟକ) : ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ପାଇଁ ଲାଗିଥିବା ଦର୍ଶନ କଟକଣା ହଟାଇ ଦିଆଯାଇଛି। ଶନିବାରଠାରୁ ପୁଣି ଥରେ ଚାରିଦ୍ବାରରେ ଦର୍ଶନ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ କହିଛନ୍ତି। ଭକ୍ତ ପୂର୍ବଭଳି ଚାରିଦ୍ବାରରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବେଶ କରିପାରିବେ। କିନ୍ତୁ ତିନି ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିଂହଦ୍ବାରରେ ପ୍ରସ୍ଥାନ କଟକଣା ଲଗାଯାଇଛି। କିନ୍ତ ସେବକ ଓ ସେମାନଙ୍କ ପରିବାରବର୍ଗ ଚାରିଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ବୋଲି ଡ.ପାଢ଼ୀ କହିଛନ୍ତି। ଆଜି କାର୍ତ୍ତିକ ମାସ ପରବର୍ତ୍ତୀ ଦର୍ଶନ ବ୍ୟବସ୍ଥା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ପାଢ଼ୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ, ଏସ୍‌ପି, ଶ୍ରୀମନ୍ଦିର ଓ ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

ସିଂହ ଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରସ୍ଥାନ କରିବେ। ହେଲେ ସେବକ ଓ ତାଙ୍କ ପରିବାର ଲୋକେ କିନ୍ତୁ ସମସ୍ତ ୪ ଦ୍ୱାର ଦେଇ ପ୍ରବେଶ ସହ ପ୍ରସ୍ଥାନ କରିପାରିବେ। କାର୍ତ୍ତିକ ମାସ ପାଇଁ ଗତ ୧୮ ତାରିଖରୁ ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଥିଲେ, ହେଲେ ଅହେତୁକ ଭିଡ଼ ପାଇଁ ପଞ୍ଚୁକ ୪ ଦିନ ପଶ୍ଚିମ ଦ୍ୱାର ରବାଟେ ବି ପ୍ରବେଶ କଟକଣା ଲଗାଇ କେବଳ ସିଂହଦ୍ୱାର ବାଟେ ଭକ୍ତଙ୍କୁ ଛଡ଼ା ଯାଉଥିଲା।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ- ଆଜିଠୁ ୪ ଦ୍ୱାର ଦେଇ ସାଧାରଣ ଦର୍ଶନାର୍ଥୀ ପ୍ରବେଶ କରିବେ, କିନ୍ତୁ କେବଳ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ।

Leave a Reply

Your email address will not be published. Required fields are marked *

error: Content is protected !!
Open chat
ଜୟ ଜଗନ୍ନାଥ 🙏🏻
ଶ୍ରୀକ୍ଷେତ୍ର ନ୍ୟୁଜକୁ ସ୍ୱାଗତ