ପୁରୀ (ସମୀର ରଞ୍ଜନ ନାୟକ): ସାଧାରଣ ଲୋକଙ୍କ ଆଶା, ଭରସା ଓ ବିଶ୍ୱାସର ପ୍ରତୀକ ଗଣମାଧ୍ୟମ ହୋଇଥାଏ ବୋଲି କହିଛନ୍ତି ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା।ଆଜି ପୂର୍ବାହ୍ନରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ପୁରୀ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଥିଲା। ଚଳିତ ବର୍ଷର ଆଲୋଚ୍ୟ ପ୍ରସଙ୍ଗ “ଗଣମାଧ୍ୟମର ପରିବର୍ତ୍ତିତ ସ୍ବରୂପ” ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ବେହେରା ସମ୍ବାଦ ସଂଗ୍ରହ ଓ ପରିବେଷଣ ଶୈଳୀରେ ପୂର୍ବାପେକ୍ଷା ଅନେକ ପରିବର୍ତ୍ତନ ଘଟିଛି।କିନ୍ତୁ ସମାଜ କୁ ଶୃଙ୍ଖଳିତ ଓ ବିକଶିତ କରିବା ରେ ଗଣମାଧ୍ୟମ ପୂର୍ବ ପରି ତାହାର ପ୍ରଚେଷ୍ଟା ଜାରି ରଖିଛି। ସାଧାରଣ ଲୋକ ମାନଙ୍କ ସମସ୍ୟା, ଆବଶ୍ୟକତା କୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ଓ ସରକାରଙ୍କ ବିଭିନ୍ନ ଯୋଜନା, ପ୍ରକଳ୍ପ ସମ୍ପର୍କରେ ସାଧାରଣ ଲୋକ ଙ୍କୁ ଅବଗତ ଓ ସଚେତନ କରାଇବାରେ ଗଣମାଧ୍ୟମ ର ଅବଦାନ ଅତୁଳନୀୟ।
ସତ୍ୟ ଓ ନିରପେକ୍ଷ ସମ୍ବାଦ ପରିବେଷଣ ଗଣତନ୍ତ୍ର କୁ ମଜବୁତ କରିଥାଏ ବୋଲି କହିବା ସହ ଅନୁସନ୍ଧାନଧର୍ମୀ ଓ ବାସ୍ତବ ସମ୍ବାଦ ପରିବେଷଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।ଗଣତନ୍ତ୍ରର ସୁରକ୍ଷା ଓ ସମୃଦ୍ଧି ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ସୂଚନା ଓ ଜନ ସମ୍ପର୍କ ଉତ୍ତର ପୂର୍ବାଞ୍ଚଳ ପରିଷଦର ପୂର୍ବତନ ନିର୍ଦ୍ଦେଶକ ମାନସ ରଞ୍ଜନ ମହାପାତ୍ର ଗଣତନ୍ତ୍ରକୁ ସୁଦୃଢ ସହ ଶୃଙ୍ଖଳା ଓ ବିକାଶ ରେ ଗଣମାଧ୍ୟମ ର ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ ସତ୍ୟ, ଅନୁସନ୍ଧାନଧର୍ମୀ ନିରପେକ୍ଷ ଓ ଗୁଣାତ୍ମକ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି କହିଥିଲେ।
ସାଧାରଣ ଲୋକ ଙ୍କ ସମସ୍ୟା କୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇ ସମାଧାନ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନେ ବ୍ରତ ଭାବେ ଗ୍ରହଣ କରିବାକୁ ସେ ଅନୁରୋଧ କରିଥିଲେ।ପୁରୀ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଗଣମାଧ୍ୟମ ସାଧାରଣ ଜନତା ର ସ୍ବର ହେବା ସହ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ ରେ ସହଯୋଗ ରଖିଥାଏ ବୋଲି କହିଥିଲେ।ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର ପ୍ରଥମ ଶ୍ରାବଣୀ ସାହୁ, ଦ୍ୱିତୀୟ ଓମ ଅଭିଶିଖା ଦାସ ଓ ତୃତୀୟ ହୋଇଥିବା ଆର୍ଯ୍ୟମାନ କର ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ସେନାପତି,ଏଆଇଓ ରାଜେନ୍ଦ୍ର କୁମାର ପାତ୍ର,ପ୍ରୋଜେକ୍ସନିଷ୍ଟ ପ୍ରସନ୍ନ କୁମାର ସାହୁ, ମିନତୀ ଦାସ, ରବୀନ୍ଦ୍ର କୁମାର ଦାସ,ପ୍ରଦୀପ୍ତ ପଟ୍ଟନାୟକ, ସୁବ୍ରତ କୁମାର ସାହୁ, ତ୍ରୀନାଥ ପାତ୍ର, ପ୍ରତିମା ମହାନ୍ତି ପ୍ରମୁଖ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।