ବୁଗୁଡ଼ା ମିଡିଆ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମିଡିଆ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ କୋଷାଧକ୍ଷ ବିଶ୍ବମୋହନ ମିଶ୍ର , ଉପସଭାପତି ମନୋରଞ୍ଜନ ଦାଶ ଓ ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ପ୍ରମୁଖ ସ୍ବ ବକ୍ତବ୍ୟରେ ଉକ୍ତ ଦିବସ ପାଳନର ତାତ୍ପର୍ଯ୍ୟ , ଗଣମାଧ୍ୟମର ସାମ୍ପ୍ରତିକ ସ୍ଥିତି ଓ ଗତି , ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଆଦି ବିଷୟ ସମ୍ପର୍କେ ଆଲୋକପାତ କରିଥିଲେ ।

ଏହି ଅବସରରେ ବୁଗୁଡା ଅଞ୍ଚଳର ସାମାଜିକ ସମସ୍ୟା ଉପସ୍ଥାପନ ଏବଂ ନିରପେକ୍ଷ ଖବର ପରିବେଷଣ ଦିଗରେ ସ୍ଥାନୀୟ ସାମ୍ବାଦିକଙ୍କ ଭୂମିକା ସମ୍ପର୍କେ ଆଲୋଚନା ସାଙ୍ଗକୁ ମିଡିଆ କ୍ଲବର ସାଂଗଠନିକ ଅଭିବୃଦ୍ଧି ସମ୍ପର୍କେ ମଧ୍ୟ ଆଲୋଚନା କରାଯାଇଥିଲା। ପରିଶେଷରେ ସହସମ୍ପାଦକ ହର ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!