ବାଲିଯାତ୍ରା ସଚେତନତା ରଥକୁ ସ୍ବାଗତ।

ପୁରୀ (ସମୀର ରଞ୍ଜନ ନାୟକ): ଆଜି ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ କଟକ ବାଲିଯାତ୍ରା ସଚେତନତା ରଥକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ଭବ୍ୟ ରଥକୁ ସ୍ବାଗତ କରିବା ସହ ବାଲିଯାତ୍ରା ଆମ ପରମ୍ପରା, ସଂସ୍କୃତି ଓ ଐତିହ୍ୟ ର ସ୍ବର୍ଣ୍ଣିମ ପ୍ରତୀକ ବୋଲି କହିଥିଲେ।ଆମ ପ୍ରାଚୀନ ନୌବାଣିଜ୍ୟ ର ଅମର ଗାଥା କୁ ଏହି ରଥ ପ୍ରତିପାଦିତ କରୁଛି। ଆଗାମୀ ପିଢ଼ିକୁ ଆମ ଓଡ଼ିଶାର ମହାନ ସଂସ୍କୃତି ସମ୍ପର୍କରେ ଏହି ରଥ ଅବଗତ କରାଇବାରେ ସହାୟକ ହେବ ବୋଲି ସେ କହିଥିଲେ।

ନୌବାଣିଜ୍ୟ ର ପ୍ରତିରୂପ ରେ ଏହି ରଥକୁ ସଜ୍ଜିତ କରାଯାଇଛି।ପୁରୀ ଜିଲ୍ଲା ସହ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ପରିକ୍ରମା କରି ବାଲିଯାତ୍ରା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଏହାର ଲକ୍ଷ୍ୟ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅବଗତ କରାଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!