ପୁରୀ /କୋଣାର୍କ (ସମୀର ରଞ୍ଜନ ନାୟକ) :ନିଷିଦ୍ଧାଞ୍ଚଳରେ ମାଛ ଧରିବାରୁ ୭ ଜଣ ମତ୍ସଜୀବୀଙ୍କୁ ଅଟକ ରଖାଯାଇଛି । ସୂଚନା ଅନୁସାରେ, ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ପାଶ୍ୱବର୍ତ୍ତୀ ନିଷିଦ୍ଧାଞ୍ଚଳରେ କିଛି ମତ୍ସଜୀବୀ ମାଛ ଧରୁଥିବା ବେଳେ ଧରାପଡିଛନ୍ତି ଯାହା ପରେ ତାଙ୍କୁ ଅଟକ ରଖାଯାଇଛି । ତେବେ ବେଆଇନ ଭାବେ ମାଛ ଧରୁଥିବା ଅଭିଯୋଗ ହୋଇଛି ।ଏହି ବେଆଇନ ଟ୍ରଲର ମାଡରେ ଦୁର୍ଲ୍ଲଭ ପ୍ରଜାତିର ଅଲିଭରିଡେଲ କଇଁଚ ଓ ବିରଳ ସାମୁଦ୍ରିକ ଜୀବ ମୃତ୍ୟୁବରଣ କରୁଛନ୍ତି। ଜବତ ଟ୍ରଲରକୁ ଧରି ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ରଙ୍କ ନେତୃତ୍ବରେ ଏକ ଟିମ ଚନ୍ଦ୍ରଭାଗା ଉପକୂଳରେ ପହଞ୍ଚି କୋଣାର୍କ ସାମୁଦ୍ରିକ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି।
ଏହି ବେଆଇନ ଟ୍ରଲରରେ ମାଛ ଧରୁଥିବା ୬ଜଣ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ଏକ ମାମଲା ରୁଜୁ କରିଛି।ଏହି ଟ୍ରଲରରେ ଥିବା ମୋଟ ୩୮୦ କେଜି ମାଛକୁ କୋଣାର୍କ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ନିଲାମ କରିବା ସହ ସରକାରୀ ନିୟମ ଅନୁଯାୟୀ ଜବତ ମାଛ ମୂଲ୍ୟର ଯେତିକି ହେବ ତାହାର ୫ଗୁଣ ଫାଇନ କରାଯିବ ବୋଲି କୋଣାର୍କ ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ଅମ୍ରିତା ପ୍ରଧାନ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଦୁର୍ଲ୍ଲଭ ପ୍ରଜାତିର ଅଲିଭରିଡେଲ କଇଁଚ ଓ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ବନବିଭାଗ ଓ ମତ୍ସ୍ଯ ବିଭାଗ ପକ୍ଷରୁ ନିୟମିତ ଭାବେ ସମୁଦ୍ର ନିଷିଦ୍ଧାଞ୍ଚଳରେ ପାଟ୍ରୋଲିଂଗ କରାଯିବ ବୋଲି ଅସ୍ତରଙ୍ଗ ବନାଞ୍ଚଳ ଅଧିକାରୀ ମୋନାଲିସା ମହାପାତ୍ର ଓ କୋଣାର୍କ ସହକାରୀ ମତ୍ସ୍ୟ ଅଧିକାରୀ ଅମ୍ରିତା ପ୍ରଧାନ ପ୍ରମୁଖ ପ୍ରକାଶ କରିଛନ୍ତି।