ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ) :ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ-ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ବ୍ଲକ ସ୍ତରରେ ହେଉଥିବା ବେଳେ, ପଞ୍ଚାୟତ ସ୍ତରରେ ରେ ସରକାରୀ ଯୋଜନାକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ଆଉ ପlଦେ ଆଗକୁ ଯାଇଛନ୍ତି। ସେ ତାଙ୍କର ଅଭିଯୋଗ ଶୁଣାଣିକୁ ବ୍ଲକ ପରିବର୍ତ୍ତେ ପଞ୍ଚାୟତ ସ୍ତରରେ କରିଛନ୍ତିଏହି କ୍ରମରେ ସେ ଗତ ୧୪.୧୦.୨୦୨୪ ତାରିଖରୁ ଉପାନ୍ତ ଅଞ୍ଚଳ ଦାମିଆ ବରବରା ପଞ୍ଚାୟତ ,ବାଣପୁର ବ୍ଲକ ରୁ ଆରମ୍ଭ କରିଛନ୍ତି।ଆଜି ତା ୧୮.୧୧..୨୦୨୪ରିଖରେ ବେଗୁନିଆ ବ୍ଲକ ଅନ୍ତର୍ଗତ, ଗୋବିନ୍ଦପୁର(ପରିଛଳ) ପଞ୍ଚାୟତରେ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ଏହି ପଦକ୍ଷେପ କୁ ଅଧିକ ଲୋକାଭିମୁଖୀ କରିବାକୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁଙ୍କ ସମେତ , ବେଗୁନିଆ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି , ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରାଚିପ୍ରତିକ୍ଷା କ୍ଷତ୍ରୀ ଯୋଗ ଦେଇଥିଲେ ଏବଂ ଜିଲ୍ଲାପାଳଙ୍କ ତୁରନ୍ତ ପଦକ୍ଷେପ କୁ ସମସ୍ତେ ପ୍ରଶଂସା କରିଥିଲେ। ପୁନଶ୍ଚ, ଖୋର୍ଦ୍ଧା ଶ୍ରମ ବିଭାଗରେ ତରଫରୁ ନୂତନ ଭାବେ ପଂଜିକୃତ ୧୨ ଜଣଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ମୋଟ ୭୮୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିମଧ୍ୟରୁ ୭୬୮ଟି ଅଭିଯୋଗ ବ୍ୟକ୍ତିଗତ ଥିଲା ଓ ବାକି ୧୩ ଟି ବିଭିନ୍ନ ଗ୍ରାମର ସାମୁହିକ ସମସ୍ୟା ଥିଲା।
ଉକ୍ତ ଅଭିଯୋଗ ମାନଙ୍କ ମଧ୍ୟରୁ ସ୍ଥଳବିଶେଷରେ ୦୨ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା ।୨ ଜଣ ହିତାଧିକାରୀଙ୍କୁ ଯଥା କ୍ରମେ ୧୦,୦୦୦/- ଏବଂ ୩୦,୦୦୦/-ଟଙ୍କା ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜିର ମିଳିତ ଜନଶୁଣାଣି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଶ୍ରୀ ନିବାସ ମହାନ୍ତି/ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁ/ଉପ-ଜିଲ୍ଲାପାଳ, ଖୋର୍ଦ୍ଧା ଦୀପ୍ତି ରଞ୍ଜନସେଠୀ /ସି ଡ଼ି ଏମ୍ଓ, / ଡେପୁଟି କଲେକ୍ଟର ଶ୍ରୀତପା ମିଶ୍ର/ବିଡିଓ, ଖୋର୍ଦ୍ଧା ଓ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ଵନାଥ ତରାଇ ଓ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ