ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ – ଶିକ୍ଷକ ସଂଘ ସମ୍ମିଳନୀ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପିପୁଲ୍ସ କଲେଜ୍ ର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ ଶିକ୍ଷକ ସଂଘ ସମ୍ମିଳନୀ ନଭେମ୍ବର ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀ ରେ କଲେଜ ର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା ସହ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ଲୋକନାଥ ବେହେରା ସମ୍ମିଳନୀ ର ଉଦ୍ଦେଶ୍ୟ ବିଷୟରେ ଅଭିଭାବକ ମାନକୁ ଅବଗତ କରାଇଥିଲେ।

ବିଭାଗର ଅନ୍ୟତମ ଅଧ୍ୟାପକ ବିନୋଦ କୁମାର କର ବିଭିନ୍ନ ନିୟମ ବିଷୟରେ ସରଳ ଭାବେ ବୁଝାଇବା ସହ ଅଭିଭାବକ,ଛାତ୍ରଛାତ୍ରୀ ଓ ଶିକ୍ଷକ ବୃନ୍ଦଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ରଖିବା ପାଇଁ ପରାମର୍ଶ ଦେଇଥିଲେ।ଅଭିଭାବକ ମାନେ ମଧ୍ୟ ସେମାନଙ୍କ ମତ ପ୍ରକାଶ କରିଥିଲେ।ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ନିଜର ବକ୍ତବ୍ୟ ରେ ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ,ଶୃଙ୍ଖଳିତ ବ୍ୟବହାର ଓ ସମାୟନୁବର୍ତିତା ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରାୟ ୫୦ ଜଣକ ଅଭିଭାବକ ସହ ବହୁ ଛାତ୍ରଛାତ୍ରୀ ସମ୍ମିଳନୀରେ ଯୋଗଦେଇଥିଲେ।ଶେଷରେ ପବିତ୍ର ଖଣ୍ଡୁଆଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat