ପାଇକମାଲ ଶିଶୁ କନ୍ୟା ବଳାତ୍କାର ଓ ହତ୍ୟା ଘଟଣାରେ ନ୍ୟାୟ ଦାବି

ବରଗଡ଼ ( ମୁକୁନ୍ଦ ଦାସ ): ପାଇକମାଲ ବ୍ଲକ ଅନ୍ତର୍ଗତ ସୋଢ଼ା ଗ୍ରାମର ୫ ବର୍ଷୀୟ କୁନି ଶିଶୁ ଅର୍ଚ୍ଚିତା ବାରିହାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି ପୀଡିତ ପରିବାର କୁ ନ୍ୟାୟ ଦାବୀରେ ଓ କୁନି ଝିଅ ର ଅମର ଆତ୍ମା ସଦଗତି ନିମନ୍ତେ ବରଗଡ଼ ର ସଚେତନ ନାଗରିକ ମାନେ ଗାନ୍ଧୀଛକ ରେ କ୍ୟାଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ। ଶିଶୁ ସୁରକ୍ଷା, ଶିଶୁ କନ୍ୟା ସୁରକ୍ଷା ଉପରେ ସଚେତନତା, ଶିଶୁମାନଙ୍କ ବିରୁଦ୍ଧରେ ବଢୁ ଥିବା ହିଂସା ବନ୍ଦ କରିବା ତଥା ହତ୍ୟାକାରୀକୁ ଫାଶୀ ଦଣ୍ଡ ଉପରେ ସରକାର ଶୀଘ୍ର କାର୍ଯ୍ୟ କରନ୍ତୁ ବୋଲି ଦାବୀ ହୋଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ରାଜେନ୍ଦ୍ର ଶିକନ୍ଦର, ଭବାନୀ ସାହୁ, ନିଖିଳ ପାଣିଗ୍ରାହୀ, ଗଙ୍ଗା ପୂଝାରୀ, ଲାଲା ଦେହେରୀ, ଜି ଭି ରାଓ, ଦାମୋଦର ସରାଫ,ସୁଦାମ ସାହୁ,ସୁଶାନ୍ତ ଦାଶ, ହୀରାଲାଲ ଜଗଦଳା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!