ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାୟୋଜିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟକୁ ପିପୁଲ୍ସ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଖେଳାଳିଙ୍କ ପ୍ଯାରେଡ ଅଭିବାଦନ ସହ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ଉଦଘାଟନ କରିଥିବା ବେଳେ ଏଥିରେ ସମ୍ମାନିତ ଅତିଥି ଭାବେ ପିପୁଲ୍ସ କଲେଜ ସ୍ପୋର୍ଟସ୍ ଆସୋସିଏସନ ଉପସଭାପତି ଆତ୍ମପ୍ରକାଶ ନାୟକ,ପ୍ରଶାସନିକ ଅଧିକାରୀ ଅଧ୍ଯାପକ ପ୍ରଦୀପ କୁମାର ଦାଶ, ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ ଓ ଅନୀତା ଦେବୀ ପ୍ରମୁଖ ଯୋଗ ଦେଇ ଖେଳାଳିଙ୍କୁ ମାର୍ଗ ଦର୍ଶନ ପୂର୍ବକ ଉତ୍ସାହିତ କରିଥିଲେ।

ଉକ୍ତ ଟୁର୍ଣ୍ଣାମେଣ୍ଟରେ ସିଏଚଏସଇ ଜୋନ-ଜି ଅନ୍ତର୍ଗତ ୪ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମହିଳା ଦଳ ଅଂଶ ଗ୍ରହଣ କରିଥିବା ବେଳେ ଉଦଘାଟନୀ ମ୍ଯାଚଟି ଏନବିସି କଲେଜ,କେନ୍ଦୁପଦର ଓ ପିପୁଲ୍ସ କଲେଜ,ବୁଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଏମ୍ପାୟାର ଭାବେ ହରିହର ବିଶ୍ବାଳ ଓ ଶ୍ରୀନିବାସ ଦୋରା , ରେଫେରି ଭାବେ ଭଞ୍ଜ କିଶୋର ଗୌଡ , ସ୍କୋରର୍ ଭାବେ କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରି,ଲାଇନ୍ସମ୍ଯାନ୍ ଭାବେ ଅକ୍ଷୟ କୁମାର ନାୟକ ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟକୁ କ୍ରୀଡା ଶିକ୍ଷକ କ୍ରିଷ୍ଣାରାଓ ପାତ୍ର ପରିଚାଳନା କରୁଥିବା ବେଳେ ଏଥିରେ ଏପିଏନ୍ ସାର୍ ଫାଉଣ୍ଡେସନର ସହଯୋଗ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!