ପୁରୀ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣି ସମ୍ପଦ ମେଳା ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) : ସରକାର ମତ୍ସ୍ୟ ଓ ପ୍ରାଣି ସମ୍ପଦରେ ଆଗ୍ରହ ରଖୁଥିବା ଚାଷୀ ମାନଙ୍କ ଉନ୍ନତି ଓ ଆର୍ଥିକ ସମୃଦ୍ଧି ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି।ଏହି ଯୋଜନା ଓ ବ୍ୟବସ୍ଥା ବିଷୟରେ ହିତାଧିକାରୀଙ୍କୁ ସଚେତନ କରାଇବା ଏହି ଭଳି ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ଶିବାଶିଷ ଖୁଣ୍ଟିଆ। ଆଜି ଶରଧାବାଲି ଠାରେ ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ୨ ଦିନିଆ ମେଳାକୁ ଉଦଘାଟନ କରି ଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଖୁଣ୍ଟିଆ ଆମ ସଂସ୍କୃତି ରେ ପଶୁ ସମ୍ପଦର ଅବଦାନ ଓ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ସମସ୍ତ ଯୋଜନା ଲୋକ ମାନଙ୍କ ପାଇଁ ।ସେମାନଙ୍କ ଆର୍ଥିକ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ।ତୃଣମୂଳ ସ୍ତରକୁ ଯୋଜନା ପହଞ୍ଚିଲେ ଏହା ର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ।ତେଣୁ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଉତ୍ତରଦାୟୀ ଭାବେ ଯୋଜନା ର ସଫଳତା ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ଖୁଣ୍ଟିଆ ପରାମର୍ଶ ଦେଇଥିଲେ।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଯୋଗ ଦେଇ କୃଷକ ମାନଙ୍କୁ ସମସ୍ତ ସୁବିଧା ପାଇଁ ପ୍ରଶାସନ ତତ୍ପର ଅଛି ଓ ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୂପ ପରାମର୍ଶ ମଧ୍ୟ ଦିଆଯାଇଛି।ଲୋକ ମାନଙ୍କ ଆଗ୍ରହକୁ ଦେଖି, ସେମାନଙ୍କ ଉପଯୋଗୀ ଯୋଜନା ସେମାନ ଙ୍କୁ ଉପଲବ୍ଧ କରାଇବା ସହ ସେମାନ ଙ୍କୁ ଉପଯୁକ୍ତ ସହାୟତା ଓ ପରାମର୍ଶ ଦେବା ଆବଶ୍ୟକ। ଏହି ମେଳା ପ୍ରତ୍ୟେକ ଙ୍କୁ ସଚେତନ କରାଇବାରେ ସହାୟକ ହେବ ବୋଲି ସେ କହିଥିଲେ।ପରେ ବିଭିନ୍ନ ବ୍ଲକ ରୁ ଆସିଥିବା ଉତ୍କୃଷ୍ଟ ଚାଷୀ ମାନଙ୍କୁ ସମ୍ବର୍ଦ୍ଧନ ଓ ପୁରସ୍କାର ପ୍ରଦାନ କରଯାଇଥିଲା । ଏଥିରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା: ଶରତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ମେଳା କୁ ଅତିଥି ମାନେ ପରିଦର୍ଶନ କରିଥିଲେ।ମେଳାରେ ୩୦ ରୁ ଉର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ଜୀବନ୍ତ ଭାବେ ବିଭିନ୍ନ ପ୍ରଜାତିର ଗାଈ,ଛେଳି, କୁକୁଡ଼ା,ବତକ, ମାଛ ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହେଉଛି।ମେଳାର ବିଭିନ୍ନ କାର୍ଯ୍ୟ ରେ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!