ପୁରୀରେ ଡିସେମ୍ବର ୪ ରେ ନୌସେନା ଦିବସ ପାଳିତ ହେବ।

ପୁରୀ (ସମୀର ରଞ୍ଜନ ନାୟକ ): ଡିସେମ୍ବର ୪ ତାରିଖରେ ପୁରୀ ରାଜଭବନ ନିକଟସ୍ଥ ବ୍ଲୁ ଫ୍ଲାଗବିଚ ବେଳାଭୂମି ଠାରେ ନୌସେନା ଦିବସ ବା ନାଭି ଡେ ପାଳିତ ହେବ।ଏଥିରେ ନୌସେନା ର ବିବିଧ କାର୍ଯ୍ୟକ୍ରମ ପ୍ରଦର୍ଶନ ସହ ଚିତ୍ତାକର୍ଷକ ଏୟାର ସୋ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ।ଜଳ ଜାହାଜ ମାଧ୍ୟମରେ ଓ ଆକାଶ ମାର୍ଗରେ ଦୁଃସାହସିକ କୌଶଳ ପ୍ରଦର୍ଶନ କରାଯିବ। ଏୟାର ସୋ ଅନୁଷ୍ଠିତ ହେଉଥିବା ସମୟରେ ସଂପୃକ୍ତ ଅଂଚଳରେ ପକ୍ଷୀ ମାନେ ଉଡିବା ଦ୍ୱାରା ବିମାନଗୁଡିକ ପାଇଁ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଥାଏ।ଏ କ୍ଷେତ୍ରରେ ସାଧାରଣ ବ୍ୟକ୍ତି,ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ଏଣୁ ପ୍ରଶାସନ ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ, ବ୍ୟବସାୟୀ ଅନୁରୋଧ କରାଯାଉଛି ଯେପରି ସେମାନେ କୌଣସି ଖାଦ୍ୟ ପଦାର୍ଥ କିମ୍ବା ବର୍ଜ୍ୟବସ୍ତୁ ସେମାନଙ୍କ ର ଛାତ ଉପରେ କିମ୍ବା ଗଳିକନ୍ଦିରେ ନଭେମ୍ବର ୨୮ ତାରିଖ ଠାରୁ ଏୟାର ସୋ କାର୍ଯ୍ୟକ୍ରମ ଶେଷ ଅର୍ଥାତ ଡିସେମ୍ବର ୪ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପକାଇବେ ନାହିଁ।ସେହିପରି ପ୍ରଶାସନ ପକ୍ଷରୁ ନଭେମ୍ବର ୨୮ ତାରିଖ ଠାରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଡ୍ରୋନ ଉଡାଇବା ଉପରେ କଟକଣା ଲାଗୁ କରାଯାଇଛି।ଏହି ଚିତ୍ତାକର୍ଷକ କାର୍ଯ୍ୟକ୍ରମ କୁ ପେଣ୍ଠକଟା ସମୁଦ୍ର କୂଳ ଠାରୁ ଷ୍ଟ୍ରଲିଂ ପର୍ଯ୍ୟନ୍ତ ସମୁଦ୍ର କୂଳରେ ଉପସ୍ଥିତ ରହି ଉପେଭାଗ କରିବାକୁ ପ୍ରଶାସନ ପକ୍ଷରୁ ଅନୁେରାଧ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!