ମୟୁରଭଞ୍ଜ (ଜିତେନ୍ଦ୍ର ରାଜ଼) : ଚଳିତ ଖରିଫ ଋତୁ ଧାନ ସଂଗ୍ରହ ଆସନ୍ତା ଡିସେମ୍ବର ୨୪ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି। ଧାନସଂଗ୍ରହ ଅବ୍ୟହତି ପୂର୍ବରୁ ଆଜି କରଞ୍ଜିଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସଚେତନତା ରଥ ଆଜି କରଞ୍ଜିଆ ସ୍ଥିତ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ପଞ୍ଚାପୀଢ ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ସଭାପତି ପ୍ରେମାଂଶୁ ଚାନ୍ଦ, ସମ୍ମାନିତ ଅତିଥି ରୂପେ ବିଡ଼ିଓ ପ୍ରଦ୍ୟୁମ୍ନ ନାଏକ, ସମବାୟ ସମିତି ସହକାରୀ ନିବନ୍ଧକ ବସନ୍ତ କୁମାର ନାୟକ,ରାଜ୍ୟ ସମବାୟ ବୋର୍ଡ ନିର୍ଦେଶକ ଗିରିଧାରୀ ପୃଷ୍ଟି,ଚାଷୀ ତଥା ଯୁବ ସମାଜସେବୀ ଆଶିଷ ମହାନ୍ତ, ଉପଖଣ୍ଡ ଯୋଗାଣ ଅଧିକାରୀ ହିମାଂଶୁ ଶେଖର ଦତ୍ତ, ନିୟନ୍ତ୍ରିତ ବଜାର କମିଟି ର ଭାରପ୍ରାପ୍ତ ସମ୍ପାଦକ ଜୟଦ୍ରଥ ମହାନ୍ତ, କେନ୍ଦୁଝର ସାଂସଦ ଙ୍କ ନିୟନ୍ତ୍ରିତ ବଜାର କମିଟି ପ୍ରତିନିଧି ଉତ୍କଳ ଦାସ ଙ୍କ ସମେତ ଅନ୍ୟ କର୍ମଚାରୀ ଓ ନିୟନ୍ତ୍ରିତ ବଜାର କମିଟି ନିର୍ଦେଶକ ମାନେ ଉପସ୍ଥିତ ରହିଥିଲେ