ବରଗଡ଼ ସହର ମଧ୍ୟରୁ ରକ୍ତ ଭଣ୍ଡାର ଉଠି ଯିବକି !

ବରଗଡ଼ (ମୁକୁନ୍ଦ ଦାସ) : ଆଉ କିଛି ଦିନ ପରେ ବରଗଡ଼ ପୁରୁଣା ଡାକ୍ତରଖାନାରୁ ରକ୍ତ ଭଣ୍ଡାର ଉଠିଯିବ ଯାହାକୁ ନେଇ ବରଗଡ଼ବାସୀ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏହି ରକ୍ତ ଭଣ୍ଡାର ନୂଆ ହସ୍ପିଟାଲ ଖେଦାପାଲି କୁ ସ୍ଥାନାନ୍ତର କରିବାକୁ ସରକାର ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ବିଷୟରେ ଶୁକ୍ରବାର ହସ୍ପିଟାଲ ବଞ୍ଚାଅ ଅଭିଯାନ ର ସଦସ୍ୟ ମାନେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଲିଖିତ ଦାବୀ ପତ୍ର ଦେଇଛନ୍ତି ଯେଉଁ ଥିରେ ବରଗଡ଼ ପୁରୁଣା ହସ୍ପିଟାଲ ରୁ ରକ୍ତ ଭଣ୍ଡାର କୁ ସ୍ଥାନାନ୍ତରିତ ନକରିବାକୁ ନିବେଦନ କରିଛନ୍ତି।

୨୦୨୦ ମସିହା ରେ ହସ୍ପିଟାଲ ଆନ୍ଦୋଳନ ସମୟରେ ତତ୍କାଳୀନ ସରକାର ପ୍ରତିଶୃତି ଦେଇ ଥିଲେ ବରଗଡବାସୀ ଙ୍କୁ ଯେ ଏହି ହସ୍ପିଟାଲରେ ସବୁ ବିଭାଗ କାର୍ଯ୍ୟ କରିବ ଯେଉଁ ଥିରେ ଡାକ୍ତର, ନର୍ସ,ଷ୍ଟାଫ ରହିବେ ଓ ଏହା ଏକ ପୂର୍ଣ୍ଣାଙ୍ଗ ହସ୍ପିଟାଲ ଭାବେ କାର୍ଯ୍ୟ କରିବ କିନ୍ତୁ ସେପରି କିଛି ଆଖି ଦୃଶିଆ କାର୍ଯ୍ୟ ହୋଇ ନଥିବା ଅଭିଯୋଗ କରିଛନ୍ତି ସଦସ୍ୟ ଶିବାନନ୍ଦ ମଟାରୀ ଅନ୍ୟପଟେ ଗୋଟି ଗୋଟି କରି ବିଭାଗ ଗୁଡିକୁ ଅନ୍ୟତ୍ର ପଠେଇ ଦେଉଛନ୍ତି ଉଦାହରଣ ସ୍ୱରୂପ ଶବ ବ୍ୟବଚ୍ଛେଦ ଗୃହ, ବର୍ତମାନ ରକ୍ତ ଭଣ୍ଡାର ଉପରେ ସରକାରଙ୍କ ଲୋଲୁପ ଦୃଷ୍ଟି ପଡିଛି ଯାହାକୁ ନେଇ ବାରଗଡ଼ବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

ବରଗଡ଼ ସହରରେ ଜନସଂଖ୍ୟା ଅଧିକ ଥିବାରୁ ରକ୍ତ ଦାତା ମାନେ ସହଜ ରେ ଉପଲବ୍ଧ ହୋଇଥାନ୍ତି ଓ ଜଣେ ରୋଗୀ ସହଜରେ ରକ୍ତପାଇ ଥାନ୍ତି କିନ୍ତୁ ଯଦି ଏହା ଖେଦାପାଲି ହସ୍ପିଟାଲ କୁ ଉଠିଯିବ ତାହେଲେ ଲୋକଙ୍କୁ ରକ୍ତ ପାଇଁ ବହୁତ ହଇରାଣ ହେବାକୁ ପଡିବ ତେଣୁ ସରକାର ପୁରୁଣା ହସ୍ପିଟାଲ ର ରକ୍ତ ଭଣ୍ଡାର କୁ ଚାଲୁ ରଖିବା ସହ ନୂଆ ହସ୍ପିଟାଲ ରେ ମଧ୍ୟ ଏକ ଉଚ୍ଚ ସ୍ତରୀୟ ରକ୍ତ ଭଣ୍ଡାର ନିର୍ମାଣ କରନ୍ତୁ ବୋଲି ରମେଶ ମହାପାତ୍ର ଦାବୀ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭବାନୀ ସାହୁ, ସାରଥୀ ମେହେର, ନିଖିଳ ପାଣିଗ୍ରାହୀ, ରବି କୁମ୍ଭାର, ଦୀନବନ୍ଧୁ ମେହେର ଉପସ୍ଥିତ ରହି ଦାବୀ ପତ୍ର ଦେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!