ଚାଷ ଜମିରେ ବିଦ୍ୟୁତ ଖୁଣ୍ଟ ସ୍ଥାପନକୁ ବିରୋଧ କଲେ ଜମିମାଲିକ

କରଞ୍ଜିଆ/ମୟୁରଭଞ୍ଜ(ଜିତେନ୍ଦ୍ର ରାଜ଼) :ଟାଟା ପାୱାର ପକ୍ଷରୁ କରଞ୍ଜିଆ ଗ୍ରୀଡ଼ ରୁ ସାହାରପଡା କୁ ବିଦ୍ୟୁତ ସଂଯୋଗ ନିମନ୍ତେ ନୂତନ ଭାବେ ଲୋକଙ୍କ ପଟ୍ଟା ଭୁକ୍ତ ଚାଷ ଜମିରେ ୧୧ କେଭି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ସଂଯୋଗ ନିମନ୍ତେ ଜମି ମଝିରେ ଖୁଣ୍ଟ ପୋତି ନେବାକୁ ପ୍ରୟାସ କୁ ଜମି ମଲିକ ବିରୋଧ କରିବା ସହିତ କାମ କରିବାକୁ ଆସିଥିବା କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀଙ୍କ କାମ ବନ୍ଦ କରାଇ ଫେରାଇ ଦେଇଛନ୍ତି।

୬ ମାସ ପୂର୍ବରୁ ଏହି କାମ ଆରମ୍ଭ ସମୟରେ ଏହା ବାଇପାସ କଡେ କଡେ ଥିବା ଚାଷ ଜମି ମଝିରେ ଖୁଣ୍ଟ ପୋତାଯାଉଥିଲା। ଏହା ଜାଣିବା ପରେ ଜମିମାଲିକ ମାନେ ବିରୋଧ କରିବାରୁ ଏହାକୁ ବନ୍ଦ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat