ପେନସନ ଦାବୀ କଲା ଅବସରପ୍ରାପ୍ତ ମାଇକ୍ରୋ ପ୍ରୋଜେକ୍ଟ କର୍ମଚାରୀ ସଂଘ

କେନ୍ଦୁଝର (ସୀତାରାମ ଦୀକ୍ଷିତ):କେନ୍ଦୁଝର ଜାତୀୟ ରାଜପଥ ଡାକବଙ୍ଗଳା ରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ନିକଟରେ ପେନସନ ଦାବୀ କଲେ ଅବସରପ୍ରାପ୍ତ ମାଇକ୍ରୋ ପ୍ରୋଜେକଟ କର୍ମଚାରୀ ସଂଘ ର କର୍ମକର୍ତ୍ତା ମାନେ। ଦୀର୍ଘ ୩୫ ରୁ ୩୮ ବର୍ଷ ପାର୍ବତ୍ୟ ଅଞ୍ଚଳ ରେ ଆଦିମ ଜନଜାତି ଙ୍କ ପାଇଁ କାର୍ଯ୍ୟ କରି ଅବସର ନେଇଛନ୍ତି ଓଡିଶା ର ୧୭ ଗୋଟି ମାଇକ୍ରୋ ପ୍ରୋଜେକଟ ର ୫୬ ଜଣ କର୍ମଚାରୀ। ଜି.ଆଇ.ଏସ ଓ ଜିପି ଏଫ ମଧ୍ୟ ପାଇଛନ୍ତି କିନ୍ତୁ ପେନସନ ସୁବିଧା ରୁ ବଞ୍ଚିତ ଏହି ଅବସର ପ୍ରାପ୍ତ କର୍ମଚାରୀ ମାନେ ବର୍ତ୍ତମାନ ଘୋର ଆର୍ଥିକ ଅଭାବ ଅନାଟନ ରେ କାଳାତିପାତ କରୁଛନ୍ତି।

ଅନେକବାର ସରକାର ଙ୍କ ନିକଟରେ ଦାବୀ କରିଥିବା ସତ୍ୱେ ପେନସନ ରୁ ବଞ୍ଚିତ ହୋଇଥିବା ସହ ସେମାନଙ୍କ ମଧ୍ୟରୁ କବିତ୍ରା ଟା ମଙ୍ଗୁଳୁ ମାଝୀ ଓ ପଣ୍ଡାପଡ଼ାର ଚକ୍ରଧର ଜୁଆଙ୍ଗ ଶଯ୍ୟାଶାୟୀ ହୋଇ ପଡିଲେଣି ।ଏହି କର୍ମଚାରୀ ମାନେ ଆଜି ଏକ ପ୍ରେସମିଟ ମାଧ୍ୟମରେ ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି। ଯଦି ତାଙ୍କର ଦାବୀ ପୂରଣ ନହୁଏ ଆଗାମି ଦିନରେ ରାଜରାସ୍ତାକୁ ଓଲ୍ହାଇବେ ବୋଲି କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ଅବସରପ୍ରାପ୍ତ ମାଇକ୍ରୋ ପ୍ରୋଜେକଟ କର୍ମଚାରୀ ସଂଘ ର ସଭାପତି ସତ୍ୟନାରାୟଣପ୍ରସାଦ କର, ସମ୍ପାଦକ ବିଷ୍ଣୁ ମହାକୁଡ଼, ବରିଷ୍ଠ ନାଗରିକ ବୁଟା ସିଂହ,ବେଣୁଧର ସାହୁ,ହୃଦାନନ୍ଦ ଦେବ,ଦୋଳଗୋବିନ୍ଦ ନାୟକ,ଚିତ୍ତରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!