ବୈଜ୍ଞାନିକ ପ୍ରତିଭା ପ୍ରଦର୍ଶନର ଉତ୍କୃଷ୍ଟ ମାଧ୍ୟମ ହେଉଛି ବିଜ୍ଞାନ ମେଳା

ବରଗଡ(ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ (୧୭୮ପ୍ରକଳ୍ପ ପ୍ରଦର୍ଶିତ)।ଶିକ୍ଷାର୍ଥୀଙ୍କ ମନରେ ବୈଜ୍ଞାନିକ ମନୋବୃତ୍ତି ସୃଷ୍ଟି କରିବା ନିମନ୍ତେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲଖନପୁର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତି ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବରେ ଲଖନପୁର ସରପଞ୍ଚ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ, ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଛତ୍ରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀଯୁକ୍ତ ଧୀରଜ ପଟ୍ଟନାୟକ ମୁଖ୍ୟ ବକ୍ତା,ସମ୍ମାନିତ ଅତିଥି ଭାବରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲାଲ ମୋହନ ସିଂ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୋହନ ଚରଣ ମହାନ୍ତ,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ନିରଞ୍ଜନ ଦାଶ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ କାଲୋ ମଞ୍ଚାସୀନ ଥିଲେ।ଶିକ୍ଷକ ରୋହିତ ଭୁଏ ସ୍ବାଗତ ସମ୍ଭାଷଣ ଓ ବିଜ୍ଞାନ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।

ସଦାସର୍ବଦା ବିଜ୍ଞାନ ପ୍ରକଳ୍ପ ମୂଲ୍ୟାୟନ କ୍ଷେତ୍ରରେ ଅବସରପ୍ରାପ୍ତ ଅଧ୍ୟାପକ ରାଜକିଶୋର ପଧାନ, ଅଧ୍ୟାପକ ଡଃ ଜୟନ୍ତ କୁମାର ସାହୁ, ଅଧ୍ୟାପକ ହରେକୃଷ୍ଣ ସାହୁ ଏବଂ ବିଜ୍ଞାନ ଶିକ୍ଷକ ଅନୀଲ କୁମାର ସାବତ ଯୋଗ ଦେଇ ବିଚାରକ ଦାୟିତ୍ଵ ନିର୍ବାହ କରିଥିଲେ।ଐଶା ବେହେରା ଏବଂ ଆୟୁଷ୍ମାନ ଦାଶ କୁନି ସାମ୍ବାଦିକ ଭାବରେ ବିଜ୍ଞାନ ମେଳାରେ ଉପସ୍ଥିତ ସମସ୍ତଙ୍କ ଠାରୁ ଅନେକ ତଥ୍ୟ ସଂଗ୍ରହ କରିଥିଲେ। ଉଦଯାପନୀ ସମାରୋହରେ ଅମ୍ବାଭୋନା ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତି ଭାବନା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତିଚନ୍ଦ୍ର ଦୁଆନ, ସମ୍ମାନିତ ଅତିଥି ଭାବରେ ଭଟଲି ବ୍ଲକ ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ,ସାଂସଦ ପ୍ରତିନିଧି ଗୁନାରୁ ପଧାନ,ଲଖନପୁର ସରପଞ୍ଚ ଶ୍ରୀଯୁକ୍ତ ସତ୍ୟଭୂଷଣ ସାହୁ,ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲାଲ ମୋହନ ସିଂ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମୋହନ ଚରଣ ମହାନ୍ତ, ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା,ଜିଲ୍ଲା ପରିଷଦ ସଭ୍ୟା କଳ୍ପନା ପଧାନ, ଅବସରପ୍ରାପ୍ତ ଅଧ୍ୟାପକ ରାଜକିଶୋର ପଧାନ, ଅଧ୍ୟାପକ ଡଃ ଜୟନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ।

ବିଜ୍ଞାନ ମେଳାରେ ସ୍ଥାନ ପାଇଥିବା ୧୭୮ଟି ପ୍ରକଳ୍ପ ମଧ୍ୟରୁ କର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ସୈରେନ୍ଦ୍ରୀ ଧରୁଆ,ଉତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟର ମୁସ୍କାନ ସାହୁ, ଅମ୍ବାଭୋନା ଓଡିଶା ଆଦର୍ଶ ବିଦ୍ୟାଳୟର ସୋନାକ୍ଷୀ ସାହୁ, ଅଞ୍ଜଳି ସାହୁ ଏବଂ ରାହୁଲ ପଟେଲ,ଭୁକ୍ତା ଗାର୍ଡେନିଆ ଏକାଡେମୀର ଋତୁରାଜ ବେହେରା ,କ୍ରିଷ୍ଣା ବିକାଶ ସ୍କୁଲର ଲୋକେଶ ପଧାନଙ୍କ ପ୍ରକଳ୍ପ ଜିଲ୍ଲାସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲା।ଶେଷରେ ଗୋଷ୍ଠୀ ବିଜ୍ଞାନ ମଞ୍ଚର ସଭାପତି ସଂଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!