ଜଙ୍ଗଲ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଆୟଜିତ

କରଞ୍ଜିଆ/ମୟୁରଭଞ୍ଜ (ଜିତେନ୍ଦ୍ର ରାଜ):କରଞ୍ଜିଆ ବନଖଣ୍ଡ ପକ୍ଷରୁ ଜଙ୍ଗଲ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି।କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ଠାରେ ଏହି ଅଭିଯାନକୁ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ଫୋରେଷ୍ଟର ସୁରମୋହନ ବେହେରାଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ରଶ୍ମିତା ବାରିକ,ବନରକ୍ଷୀ ଝୁଲଣା ଦେଓ, ବନକର୍ମଚାରି ଗୁରୁଚରଣ ବାଦ୍ରା, ନୀଳକଣ୍ଠ ହେମ୍ବ୍ରମ, ବଳରାମ ପାଲିଆ, ସୁକୁମାର ନାଏକ, ମିଥୁନ ନାଏକ, ସଂକଳନ ପାତ୍ର, ସମରା ହୋ ପ୍ରମୁଖ ଉପସ୍ଥିତ ରହିଥିଲେ।

କରଞ୍ଜିଆ ବନାଞ୍ଚଳର ବିଭିନ୍ନ ଗ୍ରାମରେ ବନ୍ୟବିଭାଗର ମୁଖ୍ୟ କାର୍ଯ୍ୟକ୍ରମ ଯଥା ବନ୍ୟ ଜୀବଜନ୍ତୁ ସୁରକ୍ଷା, ବନାଞ୍ଚଳରେ ଅଗ୍ନିନିବାରଣ ବା ପ୍ରତିକାର, ଶିକାର ନିଷେଧ, ଜଙ୍ଗଲ ସୁରକ୍ଷା ଜଙ୍ଗଲ ଜମି ଅତିକ୍ରମଣ, ଜଳ ଉତ୍ସ ଗୁଡିକର ସୁରକ୍ଷା କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହଯୋଗ ଓ ଅନ୍ୟ ବିଷୟରେ ସ୍ୱତନ୍ତ୍ର କ୍ଷୁଦ୍ର ଚଳଚିତ୍ର ପ୍ରଦର୍ଶିତ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ରିସର୍ସପର୍ସନ ସୁବ୍ରତ ବିଶ୍ୱାଳ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ସ୍ୱୟଂ ସହାୟିକା ମହିଳା ଗୋଷ୍ଠି, ଯୁବକ ସଙ୍ଘ, ଗ୍ରାମର ବୁଦ୍ଧିଜୀବୀ ମାନେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!