କରଞ୍ଜିଆ(ଜିତେନ୍ଦ୍ର ରାଜ) : କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁରାତନ ପୋଖରୀ ଗୁଡିକର ପୁନରୁଦ୍ଧାର ଓ ସଫେଇ ପାଇଁ ପ୍ରତ୍ୟେକ ଦୁଇବର୍ଷ କିମ୍ବା ତିନିବର୍ଷ ଅନ୍ତରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଫଳକରେ ରଙ୍ଗ ଲଗାଇ କାର୍ଯ୍ୟ ହେବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କାର ଅର୍ଥରାଶି ଖର୍ଚ୍ଚ ହେଉଛି। ମାତ୍ର ଶତାୟୁ ପୋଖରୀଗୁଡିକର ଭାଗ୍ୟ ବଦଳୁ ନାହିଁ।ପାଣି ଭଳି ପଇସା ଖର୍ଚ୍ଚ ହେଉଥୁଲେ ବି ପୋଖରୀଗୁଡିକର ର କୈାଣସି ବିକାଶ ହୋଇ ପାରୁନାହିଁ। କରଞ୍ଜିଆ ସହରରର ପ୍ରମୁଖ ୩ ଟି ବନ୍ଧ ର ଅବସ୍ଥା ଏବେ ନକହିବା ଭଲ କରଞ୍ଜିଆ ସହର ର ସର୍ବପୁରାତନ ପୁଷ୍କରିଣୀ ବା ରାଜା ବନ୍ଦ ଗତ ବର୍ଷ ଏହି ବନ୍ଦର ପୁନଃରୁଦ୍ଧାର ଓ ସଫେଇ ପାଇଁ ଦେଢ଼ କୋଟି ଟଙ୍କା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଅନୁଦାନ ମଞ୍ଜୁର ପରେ ତତ୍କାଳୀନ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କ ଦ୍ୱାରା ଏହାର ଶୁଭ ଦିଆଯାଇଥିଲା।

ଠିକା ନେଇଥିବା ସଂସ୍ଥା ଦ୍ୱାରା ପୁନଃରୁଦ୍ଧାର ଓ ସଫେଇ ଆରମ୍ଭ ହୋଇଥିଲା କିନ୍ତୁ ଠିକା ସଂସ୍ଥା ସ୍ଥାନୀୟ କିଛି କୁଜି ନେତା,ଅଧିକାରୀ ଙ୍କ ସାଲାସୁତୁରା ରେ କାମ ସ୍ୱଂପୂଣ୍ଣ ନକରି ଉପର ଦେଖାଣିଆ ଭାବେ ସଫେଇ କରି ବିଲ ଉଠାଇ ନେଇଥିଲା। ସେହିପରି ଐତିହାସିକ ଦୋଳପଡ଼ିଆ କୁ ଲାଗି ରହିଛି ଗୋପବନ୍ଧୁ ସୋରବର ( ମଡାଗାଢିଆ ପୋଖରୀ )। ବିଗତ ଦଶବର୍ଷ ମଧ୍ୟରେ ଏହାର ପୁନରୁଦ୍ଧାର ଓ ସଫେଇ ପାଇଁ ପଚାଶ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବନ୍ଧ ର ଗାଡ଼ୱାଲ ନିର୍ମାଣ, ପଥର ପ୍ୟାଚିଂ,ପାଚେରୀ ନିର୍ମାଣ,ସୌନ୍ଦର୍ଯ୍ୟ କରଣ ନିମନ୍ତେ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଏ। ପୂର୍ବରୁ ବର୍ଷଯାକ କାଚ କେନ୍ଦୁ ଭଳି ପାଣି ରହୁଥିବା ପୋଖରୀ ଏବେ ଜଙ୍ଗଲ ର ଭ୍ରମ ସୃଷ୍ଟି କରୁଛି। ସେହିପରି ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ନିକଟରେ ଥିବା ପ୍ରଦୀପ ସାଗର ବନ୍ଧର ପୁନରୁଦ୍ଧାର ଓ ସଫେଇ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବିଗତ ଦଶ ବର୍ଷ ମଧ୍ୟରେ ହୋଇଛି ଓ ଏହାର ଗାର୍ଡ ୱାଲ ନିର୍ମାଣ, ପଥର ପ୍ୟାଚିଂ, ସୌନ୍ଦର୍ଯ୍ୟ କରଣ ନିମନ୍ତେ ପାଖା ପାଖି ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଏ।
ପ୍ରତ୍ୟେକ ଥର ବର୍ଷା ହେବାର କିଛିଦିନ ପୂର୍ବରୁ ପାଣି କାଟି ଏତେ ଅର୍ଥ ବ୍ୟୟ ହୋଇଚାଲିଛି ଓ ସରକାର ପରେ ସରକାର ଆସୁଛନ୍ତି, ଯାଉଛନ୍ତି।ମାତ୍ର ବନ୍ଧଗୁଡିକର ର ଅବସ୍ଥାରେ କୈାଣସି ସୂଧାର ଆସୁନାହିଁ। ଏସମ୍ପର୍କ ରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ପୋଖରୀ ଗୁଡିକର ଉନ୍ନତିକରଣ ନିମନ୍ତେ ସର୍ଭେ ସରିଛି ପ୍ରକଳ୍ପ ମଞ୍ଜୁରୀ ପରେ ଡିପିଆର ପ୍ରସ୍ତୁତ ହୋଇ ଟେଣ୍ଡର ହେବ ବୋଲି ପ୍ରକାଶ କରିଛନ୍ତି। ଦେଖିବାକୁ ବାକି ରହିଲା ଯେ ଏଥର ପୁଣି ପୂର୍ବ ଭଳି ଅନୁଦାନ ହରିଲୁଟ ହେଉଛି କି ପ୍ରକୃତରେ କାମହେଉଛି।