ବିବେକାନନ୍ଦ ପବ୍ଲିକ ସ୍କୁଲର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କରଞ୍ଜିଆ (ଜିତେନ୍ଦ୍ର ରାଜ): କରଞ୍ଜିଆ ସହରର ପ୍ରମୁଖ ବେସରକାରୀ ସ୍କୁଲ ବିବେକାନନ୍ଦ ପବ୍ଲିକ ସ୍କୁଲ ର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିବେକାନନ୍ଦ ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ସମ୍ପାଦକ ବିଷ୍ଣୁକୁମାର ଅଗ୍ରୱାଲଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପଞ୍ଚାପୀଢ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ସମ୍ମାନିତ ଅତିଥି ରୂପେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ମୁଖ୍ୟବକ୍ତା ଭାବେ ସାହିତ୍ୟିକ ତଥା କଦଡିହା ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ୍ୟ ଡ଼ଃ ଭାଗବତ ଲେଙ୍କା, ଅତିଥି ରୂପେ ବିପିନ ବାରିକ,ସ୍କୁଲ ର ପ୍ରତିଷ୍ଠାତା ଅଧ୍ୟକ୍ଷା ରେଖା ଅଗ୍ରୱାଲ,ଅଭିଭାବକ ସଙ୍ଘ ସଭାପତି ଦିବ୍ୟପ୍ରସାଦ ସାହୁ,ସ୍କୁଲ ର ଉପାଧକ୍ଷା ଇଲା ସାହୁ ମଂଚାସୀନ ଥିଲେ। ସର୍ବପ୍ରଥମେ ଅତିଥିଙ୍କ ଦ୍ୱାରା ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଦ୍ବୀପ ପ୍ରଜ୍ବଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ବିଭିନ୍ନ କ୍ଷେତ୍ରରେ କୃତି ଅର୍ଜନ କରିଥିବା ସ୍କୁଲର ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ସୁମନ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପାଧ୍ୟକ୍ଷା ଇଲା ସାହୁ ବିବରଣୀ ପାଠ କରିଥିଲେରେଖା ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବାର୍ଷିକ ଉତ୍ସବ ପାଳନ ଅବ୍ୟହତି ପୂର୍ବରୁ ଆଜି ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ଦିବସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Powered by Joinchat