ମନ୍ତ୍ରୀଙ୍କ ଉପସ୍ଥିତିରେ ବୁଗୁଡ଼ା ବ୍ଲକ୍ ଓ ଏନଏସି ପାଇଁ ପ୍ରତିନିଧି ମନୋନୀତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବିଜେପି କାର୍ଯ୍ୟାଳୟ ଠାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଙ୍କ ପୌରହିତ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇ ବିଭିନ୍ନ ବିଭାଗ ନିମନ୍ତେ ଦାୟିତ୍ଵ ବଣ୍ଟନ କରାଯିବା ସହ ବ୍ଲକ୍ ଓ ଏନଏସି ନିମନ୍ତେ ପ୍ରତିନିଧି ମନୋନୀତ କରାଯାଇଛି।ବୁଗୁଡ଼ା ବ୍ଲକ୍ ପାଇଁ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ହରିକୃଷ୍ଣ ସାହୁ ଙ୍କ ନାମ ଘୋଷଣା କରାଯାଇଥିବା ବେଳେ ଏନଏସି ପାଇଁ ୟୁ.ଯଜ୍ଞ ନାରାୟଣ ପାତ୍ର(ବୁଲୁ)ଙ୍କ ନାମ ଘୋଷଣା କରାଯାଇଛି।ଉଭୟ ଦୁଇଜଣ ଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଉତ୍ତରୀୟ ଦେଇ ଶୁଭେଚ୍ଛା ଜଣାଇଥିଲେ।ସେହିପରି ସ୍ୱଚ୍ଛ ଓ ସରଳ ପରିଚାଳନା ପାଇଁ ବିଭିନ୍ନ ଲାଇନ୍ ବିଭାଗରେ ମଧ୍ୟ ଦଳରେ ନେତାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଛି।ଲୋକେ କିଭଳି ସହଜରେ ସମସ୍ତ ସୁବିଧା ପାଇପାରିବେ ସେନେଇ ଏହି କମିଟି କାର୍ଯ୍ୟ କରିବ ।

Leave a Reply

Your email address will not be published. Required fields are marked *

error: Content is protected !!