ବେଠିଆବୋରଦା ସ୍କୁଲରେ ପୋଷାକ ବଣ୍ଟନ ମେଳା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ବେଠିଆବୋରଦା ଗ୍ରାମସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ସ୍ବପରିସରରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରବିନ୍ଦ୍ର କୁମାର ବିଶ୍ବାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ତାଳସାକର ୟୁପିଏସ୍ ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ , ମୁଖ୍ୟ ବକ୍ତା ଭାବେ କାନସୁକା ଏନୟୁପିଏସ୍ ପ୍ରଧାନ ଶିକ୍ଷକ ରବିନ୍ଦ୍ର ବେହରା , ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ସିଆରସିସି ମାନସ ରଞ୍ଜନ ସେଠୀ , କୁଞ୍ଜବନ ପିଏସ୍ ପ୍ରଧାନ ଶିକ୍ଷକ ରଘୁନାଥ ସେଠୀ , ଗାନ୍ଧିଗ୍ରାମ ପିଏସ୍ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ବେହେରା ଓ ଏସଏମସି ସଭାପତି ସୁଲୋଚନା ସ୍ବାଇଁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ପୋଷାକ ବିତରଣ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସହକାରୀ ଶିକ୍ଷକ ନିଳାଦ୍ରି ବିହାରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ସୀତାରାମ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

Powered by Joinchat