ଚିଲିକାରେ ବିଦେଶୀ ପକ୍ଷୀଙ୍କ ସମ୍ଭାର

ପୁରୀ (ସମୀର ରଞ୍ଜନ ନାୟକ): ଶୀତ ପ୍ରଭାବରେ ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ। ତେଣୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି ବନ ବିଭାଗ। ଚିଲିକା ବନଖଣ୍ଡ ବନାଞ୍ଚଳ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ ଗଠନ କରାଯାଇଛି। ଏଥିସହ ସୁରକ୍ଷା ଦିଗରେ ସମଗ୍ର ଚିଲିକାରେ ଘୁରି ବୁଲିବେ ମୋବାଇଲ ଟିମ। ସେଥିପାଇଁ ଚିଲିକାରେ ବନ ବିଭାଗ ଏବେଠୁ ପ୍ରସ୍ତୁତ ହୋଇ ରହିଲାନି। ଚିଲିକାରେ ଏହି ବିଦେଶାଗତ ପକ୍ଷୀମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନେ ମଧ୍ୟ ବେଶ ଉତ୍ସାହର ସହିତ ଅନେଇ ବସିଛନ୍ତି।ସୂଚନା ମୁତାବକ , ଶୀତଋତୁ ଆଗମନରେ ଚିଲିକା ନିଳ ଜଳରାଶିରେ ପହଞ୍ଚିଲେ ବିଦେଶାଗତ ପକ୍ଷୀ। ତେଣୁ ବାଲୁଗାଁ କାର୍ଯ୍ୟାଳୟ ତରଫରୁ ବିଭିନ୍ନ ରେଞ୍ଜରେ ପକ୍ଷୀ ସୁରକ୍ଷା ପଇଁ ୨୧ଟି ଟିମ ଗଠନ କରାଯାଇଛି।

ପକ୍ଷୀ ସୁରକ୍ଷା ଦିଗରେ ନଜର ରଖିଛି ବନ ବିଭାଗ। ଅକ୍ଟୋବର ମାସରେ ହିଁ ରଙ୍ଗ ବେରଙ୍ଗର ବିଦେଶାଗତ ପକ୍ଷୀ ଦେଖିବାକୁ ମିଳିଥାନ୍ତି ଚିଲିକାରେ । ଚିଲିକାକୁ ସୂଦୁର କାଶ୍ମୀରିର ଲଦାକରୁ ଗ୍ଲସି ଆଇବିସ, ଉପନ ବିଲିଷ୍ଟର୍କ, ଗ୍ରହେରନ, ଉ ଗ୍ରେଡ, ଷ୍ପଟ ବିଲ ଡଗ ପକ୍ଷୀ ପହଞ୍ଚି ଥିବା ବନ ବିବାଗ ତରଫରୁ ସୂଚନା ମିଳିଛି। ଚିଲିକାକୁ ପକ୍ଷୀମାନଙ୍କ ଆସିବା ଖବର ପାଇ ବନବିଭାଗ ତାର ସମସ୍ତ ପ୍ରସ୍ତୁତି ଏବେଠୁ ଆରମ୍ଭ କରି ସାରିଛି। ଚଳିତ ବର୍ଷ ଚିଲିକାରେ ଲକ୍ଷାଧିକ ବିଦେଶୀ ପକ୍ଷୀମାନଙ୍କ ସମାଗମ ହେବ ବୋଲି ଲକ୍ଷ ରଖିଛି ବନ ବିଭାଗ। ଚିଲିକାରେ ଏହି ବିଦେଶାଗତ ପକ୍ଷୀମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନେ ମଧ୍ୟ ବେଶ ଉତ୍ସାହର ସହିତ ଅନେଇ ବସିଛନ୍ତି। ପ୍ରତିବର୍ଷ ଅକ୍ଟୋବର ମାସରେ ଏହି ପକ୍ଷୀମାନେ ଆସିଥାନ୍ତି ଏବଂ ଏମାନଙ୍କୁ ଦେଖିବାକୁ ପାଇଁ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।

Leave a Reply

Your email address will not be published. Required fields are marked *

error: Content is protected !!