କେନ୍ଦୁଝର (ସୀତାରାମ ଦୀକ୍ଷିତ): କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ଅଧିନ ଆରୁଆଁ ଗ୍ରାମର ଧର୍ମ ପରାୟଣ ବ୍ୟକ୍ତି ଅଭିନ ଚନ୍ଦ୍ର ଦାଶ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ବିଗତ କିଛି ମାସ ହେଲା କର୍କଟ ରୋଗ ରୋଗାଗ୍ରସ୍ଥ ଥିଲେ । ଆଜିମଙ୍ଗଳବାର ଦିବା ପରେ ୭ ଘଟିକା ସମୟରେ ନିଜ ବାସଭବନରେ ପରଲୋକ ହୋଇଛି । ମୃତ୍ୟୁ ସମୟରେ ତାଙ୍କ ପୁଅ, ପୁତୁରା ,ନିଜ ଭାଇ ସମେତ ବନ୍ଧୁବର୍ଗ ଉପସ୍ଥିତ ଥିଲେ । ଅଭିନ ଚନ୍ଦ୍ର ଦାଶ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀଅଭିନ ଚନ୍ଦ୍ର ଦାଶ କେନ୍ଦୁଝର ଜିଲ୍ଲାରେ ଓଡିଶା ଖଣି ନିଗମ ବିଭାଗର ଜଣେ କର୍ମଚାରୀ ଥିଲେ ।
କେନ୍ଦୁଝର ଜିଲ୍ଲା ଖଣ୍ଡବନ୍ଧ ଗ୍ରାମର ଖଣ୍ଡବନ୍ଧ ମନ୍ଦିରରେ ପୂଜକ ଭାବେ ବହୁ ଜଣା ଶୁଣା ଥିଲେ। ଅବସର ଗ୍ରହଣ କରିବା ପରେ ଗାଁରେ ରହୁଥିଲେ । ସେ ଜଣେ ଧର୍ମ ପରାୟଣ ଓ ପରୋପକାରୀ ବ୍ୟକ୍ତି ଥିଲେ । ମୃତ୍ୟୁପରେ ଗ୍ରାମବାସୀ ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ ।ତାଙ୍କ ପୁଅ ମୁର୍ତ୍ତୃଞ୍ଜୟ ଦାଶ ଓ କୃଷ୍ଣ କାନ୍ତ ଦାଶ ପୁତୁରା ଓ ପୂର୍ଣ୍ଣ ଚନ୍ଦ୍ର ଦାଶ ସାନ ଭାଇ ସମେତ ବନ୍ଧୁବାନ୍ଧବ ଓ ଆତ୍ମିୟସୋଜନ ପ୍ରମୁଖ ସକାଳ ତାଙ୍କ ମରଶରୀରକୁ ନିଜ ଗାଁ ମଶାଣି ଅନ୍ତିମ ସଂସ୍କାର କରିବା ଲାଗି ନେଇଥିବା ଜଣାଯାଇଛି । କିଛି ବର୍ଷ ତଳେ ତାଙ୍କର ଧର୍ମପତ୍ନୀ ଓ ପୁଅ ସ୍ୱର୍ଗରୋହଣ କରି ଯାଇଛନ୍ତି ।