ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ) : ଆସନ୍ତା ନଭେମ୍ବର ୨୯ ତାରିଖରେ ଡିଜି ସମ୍ମିଳନୀ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଆଜି ମାନ୍ୟବର ମନ୍ତ୍ରୀ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଡ଼ଃ ମୁକେଶ ମହାଲିଙ୍ଗ, ପୋଲିସ ଡ଼ିଜି ଓ୍ବାଇ.ବି ଖୁରାନିଆ, କଟକ-ଭୁବନେଶ୍ୱର ପୁଲିସ କମିସନର ଶ୍ରୀ ଏସ୍. ଦେବଦତ୍ତ ସିଂହ ,ଭୁବନେଶ୍ଵର ଡେପୁଟି କମିଶନର ଅଫ୍ ପୋଲିସ ଶ୍ରୀ ପିନାକ ମିଶ୍ର, କଟକ ଡେପୁଟି କମିଶନର ଅଫ୍ ପୋଲିସ ଶ୍ରୀ ଜଗମୋହନ ମୀନାଙ୍କ ସହ ଅନ୍ୟ ପୋଲିସ୍ ଅଧିକାରୀ ଗଣ ସହ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଯାଇ ସେଠାରେ ଅତିଥି ମାନଙ୍କ ପାର୍କିଂ ସ୍ଥାନ, ଆଇନ ଶୃଙ୍ଖଳା ବ୍ୟବସ୍ଥା, ଟ୍ରାଫିକ ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା ଇତ୍ୟାଦି ଆୟୋଜନ ସମ୍ପର୍କରେ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ ତେବେ ନଭେମ୍ବର 29ରୁ ଡିସେମ୍ବର 1 ଯାଏଁ ହେବ ପୋଲିସ୍ ଡିଜି ସମ୍ମିଳନୀପ୍ରଧାନମନ୍ତ୍ରୀଙ୍କ ସହ ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଆସିବେଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଓଡ଼ିଶା ଆସିବେପ୍ରଧାନମନ୍ତ୍ରୀଙ୍କ