କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର (ସୀତାରାମ ଦୀକ୍ଷିତ) :ଭିଜିଲାନ୍ସ ଜାଲରେ ଖଣି ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିଅର୍ ଖଣି ଅଧିକାରୀ ପଦ୍ମନାଭ ହୋତା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପୈତୃକ ଘର ସହ ଭୁବନେଶ୍ୱର, କେନ୍ଦୁଝର ଓ ଯାଜପୁର ସମେତ ୭ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି।

କେନ୍ଦୁଝର ଜଗନ୍ନାଥପୁରରେ ଥିବା ୨ମହଲା ଘର, ଭୁବନେଶ୍ୱରରେ ଥିବା ୪ ମହଲା ଘର, ଘସିପୁରା ତହସିଲ ମଦନପୁରଠାରେ ଥିବା ଫାର୍ମ ହାଉସ୍, ଯାଜପୁର ଟମକା ନିକଟ ଯେମାଦେଇପୁର ଠାରେ ପୈତୃକ ଘର, କେନ୍ଦୁଝର ଅଫିସ୍, ଭବାନୀପାଟଣାରେ ଥିବା ଭଡ଼ାଘର ଓ ଯାଜପୁର ଧର୍ମଶାଳା ନିକଟରେ ସମ୍ପର୍କୀୟଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!