ପୁରୀ (ସମୀର ରଞ୍ଜନ ନାୟକ ): ପୁରୀରେ ନୌସେନା ଦିବସ ପାଇଁ ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୀୟ ସ୍ଥଳ ସେନାରେ ୮ଟି ଯୁଦ୍ଧ ଟ୍ୟାଙ୍କର ମଧ୍ୟ ପୁରୀ ବେଳାଭୂମିରେ ପହଞ୍ଚିଛି । ବି ଏମ ପି ନାମକ ଟ୍ୟାଙ୍କର ମଧ୍ୟ ପ୍ରଦର୍ଶରେ ସାମିଲ ହେବ । ପୁରୀ ବ୍ଲୁ ଫ୍ଲାଗ ବିଚରେ ସ୍ୱତନ୍ତ୍ର ଏନକ୍ଲୋଜର ପ୍ରସ୍ତୁତ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ୭ ହଜାର ୫୦୦ ଅତିଥିଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ କଣ୍ଟ୍ରୋଲ ୟୁନିଟ ମଧ୍ୟ ପ୍ରସ୍ତୁତ ରହିଛି । ଦର୍ଶକ ମାନେ ପେଣ୍ଠକଟା ଠାରୁ ଷ୍ଟର୍ଲିଂ ହୋଟେଲ ପର୍ଯ୍ୟନ୍ତ ବେଳାଭୂମିରେ ଏହି ଅପରେଶନାଲ ଡେମୋ ଶୋ ଦେଖିପାରିବେ ।