କୋଣାର୍କ ଉତ୍ସବ ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) :ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଡିସେମ୍ବର ୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରିବା ସହ ଉତ୍ସବ କୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଯେଉଁ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ଉତ୍ତରଦାୟୀ ଭାବେ ନିର୍ଦ୍ଧାରିତ ସମୟରେ ସମ୍ପର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ।ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା, ବେଳାଭୂମି,ଉତ୍ସବ ସ୍ଥଳ,ମେଳା ସ୍ଥାନ ଓ ସହର କୁ ପରିଷ୍କାର ପରିଛନ୍ନ ରଖିବା, କୋଣାର୍କ ମନ୍ଦିର ଓ ରାମଚଣ୍ଡୀ ପର୍ଯ୍ୟନ୍ତ ରାସ୍ତା ଆଲୋକିକରଣ,ସ୍ବାସ୍ଥ୍ୟ ସେବା, ଅଗ୍ନି ନିର୍ବାପକ ବ୍ୟବସ୍ଥା ସମ୍ପର୍କରେ ବିଷଦ ସମୀକ୍ଷା ଜିଲ୍ଲାପାଳ କରିଥିଲେ।

ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ କୋଣାର୍କ କୁ ଆସିବେ।ସେମାନେ ଆମର ଅତିଥି।ସେମାନ ଙ୍କୁ ଉଚିତ ବ୍ୟବହାର, ସମ୍ମାନ ଜଣାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ।ଏକ ସୁଖଦ ଅନୁଭୂତି ନେଇ ପର୍ଯ୍ୟଟକ ମାନେ ଯେମିତି ଫେରିବେ ସେଥିପାଇଁ ଆମେ ସମସ୍ତେ ସଚେତନ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ,ଗୋପ ବିଡ଼ିଓ, ତହସିଲଦାର, କୋଣାର୍କ ଏନଏସି ର ନିର୍ବାହୀ ଅଧିକାରୀ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!