ବୁଗୁଡ଼ାରେ ଲାଗିଛି ମାଳ ମାଳ ସିସିଟିଭି କ୍ୟାମେରା,କାମରେ ଆସୁନି ଅନେକ,ବଢୁଛି ଅପରାଧ

ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ସହରରେ ନାମକୁ ମାତ୍ର ଲାଗିଛି ମାଳମାଳ ସିସିଟିଭି କ୍ୟାମେରା।ସେଥିରୁ ଅଧାରୁ ଅଧିକ କ୍ୟାମେରା କାମରେ ଆସୁନି । ଫଳରେ ଅପରାଧିକ କାର୍ଯ୍ୟକଳାପରେ ବ୍ରେକ୍ ଲାଗି ପାରୁନି । ସଂପ୍ରତି ଦୁଗୁଡ଼ା ସହର ସିସିଟିଭି ଅଧିନରେ ରହିଥ‌ିବା ସାଙ୍ଗକୁ ଅସାମାଜିକ କାର୍ଯ୍ୟକଳାପକୁ ମୁକାବିଲା କରିବାର କ୍ଷମତା ରଖୁଥିଲେ ହେଁ କାର୍ଯ୍ୟକାରୀ ହେବାର ଅଳ୍ପ କେତେ ମାସ ମଧ୍ୟରେ ସେଥିରୁ ଅନେକ କାମରେ ଲାଗୁନଥ‌ିବାରୁ କୌଣସି ସୁଫଳ ମିଳୁନି। ଏହି ସବୁ କ୍ୟାମେରା ମଧ୍ୟରୁ କେତେକ ୨୪ ଘଣ୍ଟା କାମ କରୁନଥିବା ବେଳେ ଯେଉଁ କେତେକ ଚାଲୁଛି ତାହା ମଧ୍ୟରୁ ପୁଣି କେତେକ ଲାଇଭ୍ ଚାଲୁଥିଲେ ମଧ୍ୟ ରେକର୍ଡିଂ ହେଉନାହିଁ ।

ସୂଚନା ଅନୁସାରେ , ଗତ ୨୦୨୩ ଜାନୁଆରୀ ୬ ତାରିଖରେ ସ୍ଥାନୀୟ ପୋଲିସ ଥାନା ପକ୍ଷରୁ ଆୟୋଜିତ ” ବୁଗୁଡ଼ା ସହରକୁ ସି.ସି.ଟିଭି ଦ୍ବାରା ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତିକରଣ’ କାର୍ଯ୍ୟକ୍ରମ ଅବସରରେ ସହରାଞ୍ଚଳର ବଡଶଙ୍ଖ, ନୂଆଁ ବସଷ୍ଟାଣ୍ଡ,ହାଇସ୍କୁଲ ଛକ, ପୂରୁଣା ବସଷ୍ଟାଣ୍ଡ, ମଦନ ମୋହନ ଛକ,ବୁଦ୍ଧଖୋଲ ଗେଟ୍ ଛକ, ସିନେମା ହଲ୍ ଛକ, ବଡଦାଣ୍ଡ,ବାଗଦେବୀ ରୋଡ଼, ଖଦାଳସାହି ଛକ, ଥାନା ରୋଡ ସମେତ ବିଭିନ୍ନ ସ୍ଥାନରେ ପୋଲସରା ବିଧାୟକଙ୍କ ହାତପାଣ୍ଠି ବିନିଯୋଗରେ ୨୨ଟି ସି.ସି.ଟିଭି କ୍ୟାମେରା ଖଞ୍ଜା ଯାଇଥିଲା ।

Leave a Reply

Your email address will not be published. Required fields are marked *

error: Content is protected !!