ରାସ୍ତାକଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ପୋଲସରା ରୋଡସ୍ଥିତ ପୁରୁଣା ଇଣ୍ଡିଆନ ବ୍ଯାଙ୍କ ସମ୍ମୁଖ ରାସ୍ତାକଡରୁ ଜନୈକ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି। ମୃତ ଯୁବକ ଜଣକ ହେଲେ ବୁଗୁଡା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ କଞ୍ଚୁରୁ ଗ୍ରାମର ପ୍ରଦୀପ ପାତ୍ର (୩୭)। ପ୍ରକାଶ ଯେ, ଆଜି ଅପରାହ୍ନରେ ପ୍ରଦୀପ ଚାଲି ଚାଲି ମଦନ ମୋହନ ଛକ ଆଡକୁ ଆସୁଥିବା ବେଳେ ରାସ୍ତାକଡରେ ଟଳି ପଡିଥିଲେ । ଲୋକେ ଏ ଦୃଶ୍ୟ ଦେଖି କୋଣସି ମଦୁଆ ମଦ ନିଶାରେ ପଡିଥିବ ବୋଲି ଭାବୁ ଥିଲେ ହେଁ ଜିଭ ପଦାକୁ ବାହାରି ପଡିଥିବାରୁ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଏ ଖବର ପାଇ ତାଙ୍କର ପରିବାର ଲୋକେ ତାଙ୍କୁ ସେଠାରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ବୁଗୁଡା ମେଡିକାଲକୁ ଆଣିଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ବେଳେ ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରିବା ସହ କେସ୍ ନଂ-୨୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat