ଜିଲ୍ଲା ଦକ୍ଷତା ବିକାଶ ମିଶନର ବୈଠକ ଅନୁଷ୍ଠିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ): :ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ କ୍ଷୁଦ୍ର ସମ୍ମିଳନୀ କକ୍ଷରେ ଜିଲ୍ଲା ଦକ୍ଷତା ବିକାଶ ମିଶନର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଠାରେ ନୂଆ ଓଡ଼ିଶା ଅନ୍ତର୍ଗତ ତାଲିମ ଦେଉଥିବା ପାଞ୍ଚ ଗୋଟି ସଂସ୍ଥାର ୧୩ ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ବଳରାମ ପଣ୍ଡା ଟ୍ରଷ୍ଟ, ସି.ଟି.ଟି.ସି, ଏଲସିସି ଇନ୍ଫୋଟେକ, ମୋସନ ଏଜୁକେସନ ପ୍ରାଇଭେଟ ଲିମିଟେଡ଼ ଏବଂ ନିୟତି ଫାଉଣ୍ଡେସନ ସଂସ୍ଥା ଗୁଡିକର କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ଏହି ବୈଠକରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୂର୍ଯ୍ୟକାନ୍ତ ମାଳି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପ୍ରବୀର କୁମାର ଦେଓ, ସହକାରୀ ନିର୍ଦ୍ଦେଶକ ରେଷମ ଚାଷ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଗୌରୀରାଣୀ ନାଏକ, ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓରମାସ ଶ୍ରୀ ସ୍ଵପନ ଗୋସ୍ୱାମୀ ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ଗଣେଶ୍ୱର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!