ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, (ଓଷ୍ଟା) ତରଫରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ସଭାପତି ପ୍ରଶାନ୍ତ କୁମାର ଗୌଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ସନ୍ତୋଷ ଜେନା ଯୋଗଦେଇଥିବାବେଳେ ବ୍ଲକର ବହୁ ପ୍ରଧାନଶିକ୍ଷକ ଅତିଥିଭାବେ ଯୋଗଦେଇ ଓଷ୍ଟା ଦ୍ବାରା ପରିଚାଳିତ ଶିଶୁଉତ୍ସବ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ପାଦକ କାହ୍ନୁ ଚରଣ ସ୍ବାଇଁ ସ୍ବାଗତ ଭାଷଣ ସହ କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖୁଥିଲେ । ପ୍ରାୟ ଦଶଟି ଉଚ୍ଚ ବିଦ୍ୟାଳୟରୁ ଏକଶହରୁ ଉର୍ଶ ଛାତ୍ରଛାତ୍ରୀ ଦଶଟି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀ ଆଗାମୀ ଜିଲ୍ଲାସ୍ତରୀୟ ଶିଶୁ ଉତ୍ସବରେ ଯୋଗଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ।
ସମସ୍ତ କାର୍ଯ୍ୟକ୍ରମକର ବିଚାରକ ଓ ପରିଚାଳଳନାରେ କୈଳାଶ ଚନ୍ଦ୍ର ମହାରଣା, ନାଗେଶ୍ବର ରାଓ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ମୃତ୍ୟୁଞ୍ଜୟ ହୋତା, ତପନ କୁମାର ମହାପାତ୍ର, ପ୍ରକାଶ ଚନ୍ଦ୍ର ନାୟକ, ଉର୍ମିଳା ସ୍ବାଇଁ, ପ୍ରଣୀତା କୁମାରୀ ସ୍ବାଇଁ, ସୁଶାନ୍ତ କୁମାର ସାହୁ, ବିବେକାନନ୍ଦ ପଟ୍ଟନାୟକ, ରାଜଲକ୍ଷ୍ମୀ ସ୍ବାଇଁ, ରୋହିତ କୁମାର ସେଠୀ, ଅଶୋକ କୁମାର ସ୍ବାଇଁ,ବିଶ୍ବନାଥ ମହାରଣା, ସୁବଳ କହଁର, ରଂଜିତ କୁମାର ସେଠୀ, ଶମ୍ଭୁ ଶଙ୍କର ଜେନା ରହିଥିଲେ । କାର୍ଯ୍ୟକ୍ରମରେ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ । ଏହି ଅବସରେ ବିରଞ୍ଚିନାରାୟଣ ପବ୍ଲିକ ସ୍କୁଲର ପରିଚାଳନା ନିର୍ଦେଶକ ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କୁ ପ୍ରଶଂସା ପତ୍ର ସହ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଶେଷରେ ସମ୍ପାଦକ କାହ୍ନୁ ଚରଣ ସ୍ବାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।