କେନ୍ଦୁଝର(ସୀତାରାମ ଦୀକ୍ଷିତ) :ଭୁୟାଁ ସଂସ୍କୃତିକ ସଂଗଠନ କେନ୍ଦୁଝର ପକ୍ଷରୁ ଶନିବାର ଦିନ କେନ୍ଦୁଝର ସହରର କମାରଗଡ଼ା ସ୍ଥିତ ଭୁୟାଁ ସଂସ୍କୃତିକ ସଂଗଠନ କେନ୍ଦୁଝର କାର୍ଯ୍ୟାଳୟ ପରିସରରେ ସହିଦ ରତ୍ନା ନାଏକ ଙ୍କ ପୂଣ୍ୟତିଥି ପାଳିତ ହୋଇଥିଲା। ୩୦ ନଭେମ୍ବର ଦିନଟିକୁ ମହାନ ଭୂୟାଁ ବୀର ସର୍ଦ୍ଦାର ଶହିଦ ରତନା ନାଏକ ଙ୍କ ପୁଣ୍ୟ ତିଥି ବା ବଳିଦାନ ଦିବସ ବୋଲି ପାଳନ କରାଯାଇ ଆସୁଅଛି। ପ୍ରଥମେ ଭୁୟାଁ ସଂସ୍କୃତିକ ସଂଗଠନ କେନ୍ଦୁଝର ଉପଦେଷ୍ଟା କାଙ୍ଗାଳିଚରଣ ନାଏକ ରତ୍ନା ନାଏକ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ତତ୍ପରେ ସଂସ୍କୃତିକ ସଂଗଠନ କେନ୍ଦୁଝର ର ସାଧାରଣ ସମ୍ପାଦକ ଶ୍ୟାମସୁନ୍ଦର ନାଏକ ଏହି ପୂଣ୍ୟତିଥି ପାଳନ ଅବସରରେ କହିଥିଲେ ୧୮୬୧ ରୁ ୬୮ ମସିହାରେ ରାଜା ଏବଂ ଅମଲା ଓ ଇଂରେଜ ଶାସନ ର ଅସହ୍ୟ ପ୍ରଜାପିଡକ ନୀତି ବିରୋଧ ରେ ପ୍ରଜା ଆନ୍ଦୋଳନ ର ନେତୃତ୍ୱ ନେଈଥିଲେ “ସର୍ଦାର ରତନା ନାଏକ।

ତାହା ଏତେ ଭୟାବହ ଥିଲା ଯେ ଇଂରେଜ ମାନେ ଦମନ କରିବାକୁ ଅକ୍ଷମ ହୋଇ କୁଟିଳ ବୁଦ୍ଧି ପ୍ରୟୋଗ କରି ମୟୂରଭଞ୍ଜ,ପାଲଲହଡ଼ା, ବଣେଇ, ଢେଙ୍କାନାଳ ର ରାଜା ମାନଙ୍କ ସହାୟତା ନେଇଥିଲେ। ନହେଲେ ସେଇ ବିପ୍ଲବ ଓଡ଼ିଶାରେ ଇଂରେଜ ଶାସନ ସ୍ଥିତି କୁ ଦୋହଲାଇ ଦେଇଥାଆନ୍ତା ଏଥିରେ ସନ୍ଦେହ ନାହିଁ।ବିଦ୍ରୋହି ମାନେ ବନ୍ଦୀ ହେବା ପରେ ରେଭେନ୍ସା ସାହେବ୍ ନିଜେ ସର୍ଦ୍ଦାର ରତନା ନାଏକ, ନନ୍ଦ ପ୍ରଧାନ ଓ ରଣିଆ କୋଲ୍ହ ନାମରେ ସ୍ଵୟଂ ମୋକଦ୍ଦମା ରୁଜୁ କରିଥିଲେ ଓ ସ୍ଵୟଂ ବିଚାର ମଧ୍ୟ କରି ପ୍ରାଣ ଦଣ୍ଡ (ଫାଶୀ) ଦେଇଥିଲେ। ତାଙ୍କୁ ଅପିଲ କରିବାକୁ ମଧ୍ୟ ସୁଯୋଗ ଦିଆଯାଇନଥିଲା। ନରୋତ୍ତମ ନାଏକ, ବଳରାମ ନାଏକ, ବନମାଳୀ ନାଏକ, ତ୍ରିଲୋଚନ ନାଏକ, କାଉନସିଲର ଭଗବାନ ନାଏକ, ରଜତ ନାଏକ, ପ୍ରଶାନ୍ତ ନାଏକ, ଆଶ୍ୱସ୍ତ ନାଏକ, ଦୀପକ ପ୍ରଧାନ,ଲୁନା ନାଏକ, ନିରଞ୍ଜନ ପ୍ରଧାନ, ରମେଶ ନାଏକ, ଧରଣୀ ନାଏକ, ସନ୍ତୋଷ ନାଏକ ଏବଂ ତାପସ ନନ୍ଦ ଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତି ଓ ସହଯୋଗରେ ଏହି ପୂଣ୍ୟତିଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।