ଶ୍ରୀ ଗୋବର୍ଦ୍ଧନ ମଠରେ ରାଷ୍ଟ୍ରୀୟ ମର୍ମଚିକିତ୍ସା ସମ୍ମିଳନୀ

ପୁରୀ (ସମୀର ରଞ୍ଜନ ନାୟକ ): ବାହିନୀର ଆଦିତ୍ଯ ଚିକିତ୍ସା କେନ୍ଦ୍ର ଓ ଓଡିଶା ସ୍ବାସ୍ଥ୍ୟ ସଂଘ ତରଫରୁ ଏକ ଦୁଇ ଦିନିଆ ରାଷ୍ଟ୍ରୀୟ ମର୍ମଚିକିତ୍ସା ସମ୍ମିଳନୀ ସ୍ଥାନୀୟ ଗୋବର୍ଦ୍ଧନମଠ ପରିସରେ ଅନୁଷ୍ଠିତ ହୋଇଯାଇ ଅଛି । ଓଡିଶା ସ୍ବାସ୍ଥ୍ୟସଂଘ ର ଅଧ୍ୟକ୍ଷ ଦୀନଦୟାଲ କୋଏଲଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ରାଷ୍ଟ୍ରିୟ ସମ୍ମିଳନୀ କୁ ପୂଜ୍ଯ ସନ୍ଥ ଚନ୍ଦ୍ର ଭୂଷଣ ପାଠକ ଜୀ, ଆଦିତ୍ଯ ବାହିନୀର ଉପାଧ୍ୟକ୍ଷ ସୁୟସ ପ୍ରଶାନ୍ତ ଓ ପ୍ରାକ୍ତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ଉଦ୍ଘାଟନ କରିଥିଲେ । ଏହି ସମ୍ମିଳନୀରେ କେରଳ, ପଶ୍ଚିମ ବଙ୍ଗ, ଝାଡ଼ଖଣ୍ଡ, ବିହାର, ଓଡ଼ିଶା, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ ସମେତ ୧୦ଟି ପ୍ରଦେଶରୁ ୩୦୦ ମର୍ମ ଚିକିତ୍ସକ ଭାଗ ନେଇଛନ୍ତି ବୋଲି ସଂଘ ସଚିବ ଶ୍ରୀ ସୌମିତ୍ର ଦାସ ସୂଚନା ଦେଇଥିଲେ । ସମାଜକୁ ମର୍ମ ଚିକିତ୍ସା ନିଶୁଳ୍କ ସେବା ପ୍ରଦାନ କରୁଥିବା ସ୍ବାସ୍ଥ୍ୟ ସଂଘ ଅନେକ ତଥ୍ଯ ଭିତିକ ପ୍ରଦର୍ଶନୀ ମଧ୍ଯ ପ୍ରସ୍ତୁତ କରିଛନ୍ତି । ଆଦିତ୍ୟ ଚିକିତ୍ସା କେନ୍ଦ୍ରର ସଂଚାଳିକା ଦିପ୍ତୀମୟୀ ଦାସ ସଂଯୋଜନା କରି ଆସନ୍ତା କାଲି ପର୍ଯ୍ୟନ୍ତ ଏହି ସମ୍ମିଳନିର ଚାଲିବ ବୋଲି ମୂଖ୍ୟ ସଂଯୋଜକ ଶ୍ରୀ ହରେକୃଷ୍ଣ ଖୁଣ୍ଟିଆ ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!