ମୟୁରଭଞ୍ଜ/କରଞ୍ଜିଆ(ଜିତେନ୍ଦ୍ର ରାଜ) :ଜାମ୍ମୁ-କାଶ୍ମୀର ଠାରେ ୧୮ରୁ ୨୧ ତାରିଖ ମଧ୍ୟରେ ୩୫ ତମ ଜାତୀୟ ସିନିୟର ଟେନିସ୍ ବଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି।.ଓଡ଼ିଶା ଦଳରେ ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ଯୁଷିତ ଜିଲ୍ଲାର କରଞ୍ଜିଆ ସହରୁ ଜଣେ ପ୍ରତିଭାବାନ ଯୁବ କ୍ରିକେଟର ଅମ୍ରିତ କୁମାର ଦାସ( ରିଙ୍କୁ) ସ୍ଥାନ ପାଇ ଉଚ୍ଚକୋଟୀର କ୍ରୀଡା ପ୍ରଦର୍ଶନ କରି କରଞ୍ଜିଆ ଫେରିଛନ୍ତି ।
ଛୋଟ ବେଳୁ ହିଁ ସେ କ୍ରିକେଟ୍ ଖେଳ ପ୍ରତି ରୁଚି ରଖ୍ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜ ଖେଳ ପ୍ରଦର୍ଶନ କରିଆସୁଥିଲେ। ଇତିମଧ୍ଯରେ ଅମ୍ରିତ୍ ଜାତୀୟ ସ୍ତରର ଟୁର୍ଣ୍ଣାମେଣ୍ଟରେ ଭାଗ ନେବାନେଇ ଓଡ଼ିଶା ଦଳରେ ସ୍ଥାନ ପାଇ ଯୁବ କ୍ରିକେଟର ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।
ଆଜି କରଞ୍ଜିଆ ବିଶ୍ଵହିନ୍ଦୁ ପରିଷଦ ର ଜିଲ୍ଲାକାର୍ଯ୍ୟାଳୟ ଠାରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ବିଧାନ ମହାପାତ୍ର ଙ୍କ ସଂଯୋଜନା ଓ ବିଶ୍ଵହିନ୍ଦୁ ପରିଷଦ ନଗର ସଭାପତି ପିଣ୍ଟୁ ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସଭାପତି ସ୍ମୃତିରଂଜନ ମହାନ୍ତ, ରାକେଶ ଅଗ୍ରୱାଲ,ଜେ.କେ.ଖଗେଶ୍ୱର ଦାସ ,ମୋହିତ ଦାସ,ନିର୍ମଳ ବେହେରା, ଅଭିଜିତ ପଣ୍ଡା ଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।