ଏନଏସଏସ ୟୁନିଟ – ୧ ପକ୍ଷରୁ ସ୍ୱତନ୍ତ୍ର ବୃକ୍ଷରୋପଣ ଶିବିର

ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପିପୁଲ୍ସ କଲେଜ୍ ଜାତୀୟ ସେବା ଯୋଜନା ୟୁନିଟ୍ -୧ ପକ୍ଷରୁ ଡିସେମ୍ବର ୪ ତାରିଖ ଦିନ କଲେଜ୍ ପ୍ରିନ୍ସପାଲ ପ୍ରଫେସର୍ ହରିକୃଷ ନାୟକ ପ୍ରଥମେ ବୃକ୍ଷରୋପଣ କରି ଶିବିରକୁ ଉଦ୍ଘାଟନ କରିଥିଲେ।ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଅତିଥି ଭାବେ ଯୋଗଦେଇ ବୃକ୍ଷର ଉପକାରିତା ବିଷୟରେ ବକ୍ତବ୍ୟ ପ୍ରଦାନ କରି ସ୍ଵେଚ୍ଛାସେବୀ ମାନକୁ ଉତ୍ସାହିତ କରିଥିଲେ।ଏନଏସଏସ ୟୁନିଟ -୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ରନାଥ ପୋଲାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ଵେଚ୍ଛାସେବୀ ଙ୍କ ସହଯୋଗରେ ସପ୍ତାହ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଶିବିରରେ ୫୦୦ ବୃକ୍ଷରୋପଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *

Powered by Joinchat