ସରସ୍ବତୀ ଶିଶୁ ମନ୍ଦିର ର ବାର୍ଷିକ କ୍ରିଡା ଉଦଯାପିତ

କେନ୍ଦୁଝର(ସୀତାରାମ ଦୀକ୍ଷିତ) :କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମହାଲକ୍ଷ୍ମୀ ପଡିଆରେ ଦୁଇଦିନ ଧରି ଚାଲିଥିବା ପଦ୍ମପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷକ କ୍ରିଡା ଉତ୍ସବ ଉଦଯାପିତ ହୋଇଛି।ଏଥିରେ ଖେଳାଯାଇଥିବା ୧ଶହ ମିଟର,୨ଶହ ମିଟର ଦୈଡ,୫ ଓ ୬ ଶହ ମିଟିର ଦୈଡ,ଡିସ୍କସ,ହାଇଜମ୍ପ,ଲମ୍ପଜମ୍ପ ଆଦି ଖେଳରେ ଛାତ୍ରଛାତ୍ରୀ ଭାଗନେଇଥିଲେ।ଉଦଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପ୍ରବୋକ୍ତା ବିଜେପି ଶ୍ରୀଯୁକ୍ତ ବିରଜା ମିଶ୍ର,ଜିଲ୍ଲା ଉପସଭାପତି ବକ୍ତା ଗୋପ ରାମ,ବିଦ୍ୟାଳୟ ସଭାପତି ଶ୍ରୀଯୁକ୍ତ ଆଖଣ୍ତଳମଣି ବାରିକ,ପୂର୍ବତନ ସଂମ୍ପାଦକ ଶ୍ରୀଯୁକ୍ତ ରକ୍ଷାକର ସାହୁ,ବିଦ୍ୟାଳର ପ୍ରତିଷ୍ଠାତା ଯୋଗେନ୍ଦ୍ରନାଥ ସାହୁ,ସହ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ବିନତା ସାହୁ,ବରିଷ୍ଠ ଆଚାର୍ଯ୍ୟ ଫକିର ମୋହନ ମହାନ୍ତ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇଥିଲେ।

କୃତିଛାତ୍ର ଛାତ୍ରୀ ଉପସ୍ଥିତ ଅତିଥିମାନେ ପୁରସ୍କୃତ କରିଥିଲେ।ଗୁରୁଜୀ ଦିବ୍ୟଲୋଚନ ମହାନ୍ତ,ପ୍ରମୋଦ କୁମାର ରାଉତ,ଗୋଲକ ଦେହୁରୀ,ଗଗନ ବିହାରୀ ଖଣ୍ତାଇ,ସୁରେଶ କୁମାର ସଡଙ୍ଗ,ଇଶ୍ବର ଚନ୍ଦ୍ର ସର୍ଦ୍ଧାର,ବିକାଶ କୁମାର ମହାନ୍ତ,ଅର୍ଜୁନ ଚରଣ ସାହୁ,ପର୍ଶୁରାମ ନାଏକ,ଡମ୍ବରୁଧର ଦାସ,ଗୁରୁମା ବିନତା ସାହୁ,ରେଣୁବାଳା ସାହୁ,ରେବତୀ ସାହୁ,ପଦ୍ମିନୀ ସାହୁ,ଅଞ୍ଜଳୀ ସାହୁ,ସ୍ନେହଲତା ବେହେରା,ସରୋଜିନୀ ବେହେରା,ସାଗରିକା ସାହୁ,ଅନିତା ସାହୁ,ଗାୟତ୍ରୀ ମହାନ୍ତ,ବୀଣପାଣି ଗିରି,ଚୁନ୍ମୟୀରାଣୀ ପ୍ରଧାନ,ମୀନା ପାତ୍ର,କମୁଦୀ ମହାନ୍ତ ସମେତ ସେବକ ସନ୍ତୋଷ କୁମାର ସାହୁ,ସେବିକା ସବିତା ଦେହୁରୀ,ଗୀତା କାରୁଆ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!