ପୁରୀ :(ସମୀର ରଞ୍ଜନ ନାୟକ )ଆଜି ପୂର୍ବାହ୍ନରେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ହୀରକ ଜୟନ୍ତୀ ର ସ୍ମୃତି ଫଳଖକୁ ଉଦଘାଟନ କରି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆୟୁର୍ବେଦ ଏକ ପ୍ରାଚୀନ ଚିକିତ୍ସା।ଏହା ସମଗ୍ର ବିଶ୍ୱ ରେ ଆଦୃତ ହୋଇଛି।ଏହାକୁ ଆହୁରି ଅଧିକ ଲୋକାଭିମୁଖୀ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଦେଇଥିଲେ।ଆମ ତାଳପତ୍ର ପୋଥିରେ କେବଳ ସାହିତ୍ୟ ନୁହେଁ ଚିକିତ୍ସା ପଦ୍ଧତି ର ଉଲ୍ଲେଖ ରହିଛି ଯାହା ଗବେଷଣା ହେବା ସହ ଲୋକ ଙ୍କୁ ସୁଫଳ ଦେଇ ପାରିବ।ସେହିପରି ଆଦିବାସୀ ସମ୍ପ୍ରଦାୟ ରେ ରହିଥିବା ଅନେକ ପାରମ୍ପରିକ ଚିକିତ୍ସା ସମ୍ପର୍କରେ ମଧ୍ୟ ଗବେଷଣା ଓ ଅନୁଧ୍ୟାନ ହେବା ଜରୁରୀ ବୋଲି ସେ କହିଥିଲେ।

ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖ ରାସ୍ତାକୁ ଧନ୍ବନ୍ତରୀ ନାମରେ ନାମକରଣ ପାଇଁ ରହିଥିବା ପ୍ରସ୍ତାବ କୁ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ମାଧ୍ୟମରେ କରାଯାଇ ପାରିବ ବୋଲି ରାଷ୍ଟ୍ରପତି ସୂଚନା ଦେଇଥିଲେ।ରାଜ୍ୟପାଳ ରଘୁବର ଦାସ ଯୋଗ ଦେଇ ଆୟୁର୍ବେଦ ଗୌରବ ର ପ୍ରତୀକ ସହ ସ୍ବାସ୍ଥ୍ୟ ରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଛି ବୋଲି କହିଥିଲେ।ଆମ ପାରମ୍ପରିକ ଯୋଗ ଓ ଆୟୁର୍ବେଦ ସମଗ୍ର ବିଶ୍ବକୁ ପ୍ରଭାବିତ କରିଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଆୟୁର୍ବେଦ ଏକ ପ୍ରାଚୀନ ଚିକିତ୍ସା ହେଲେ ମଧ୍ୟ ଲୋକ ମାନଙ୍କ ଆସ୍ଥା ଭାଜନ ହୋଇ ପାରିଛି।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୨୦୧୪ ମସିହା ଠାରୁ ଆୟୁଷ ନାମରେ ଏକ ସ୍ବତନ୍ତ୍ର ମନ୍ତ୍ରାଳୟ ଖୋଲିବା ବ୍ୟବସ୍ଥା କରିଥିଲେ।ଯାହା ଆଜି ବ୍ୟାପକ ହୋଇ ପାରି ସମଗ୍ର ବିଶ୍ବରେ ଆଦୃତ ହୋଇପାରିଛି।

୧୯୪୯ ରେ ଏହି ମହାବିଦ୍ୟାଳୟ ପ୍ରତିଷ୍ଠା ପରଠାରୁ ହଜାର ହଜାର ଛାତ୍ର ଛାତ୍ରୀ ଚିକିତ୍ସକ ହୋଇ ସେବା ରେ ବ୍ରତୀ ଅଛନ୍ତି ଓ ଅନୁଷ୍ଠାନର ସୁନାମ ବଢାଇଛନ୍ତି।ମହାପ୍ରଭୁଙ୍କ ଅଣସର ଚିକିତ୍ସା ହେଉ ବା ଲକ୍ଷ୍ମଣ ଙ୍କୁ ମୂର୍ଛାରୁ ଜାଗ୍ରତ କରିବା ଚିକିତ୍ସାରେ ଆୟୁର୍ବେଦର ଭୂମିକା ଗୁରୁତ୍ୱପୂର୍ଣ୍ଣ ।କୋଭିଡ ସମୟରେ ଆୟୁର୍ବେଦ ଚିକିତ୍ସା ଲୋକ ମାନଙ୍କୁ ପ୍ରଭାବିତ କରି ପାରିଥିଲା।ଯୋଗ ଦିବସ ପାଳନ ସହ ଧନ୍ବନ୍ତରୀ ଦିବସ ପାଳନ ଆମକୁ ସୁସ୍ଥ ରଖିବାରେ ସହାୟକ ହେଉଛି ବୋଲି କହିବା ସହ ନୂତନ ଚିକିତ୍ସାଳୟର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଗଣପତ ରାଓ ଯାଦବ ଚରକ,ଶୁଶ୍ରୁତ,ଧନ୍ବନ୍ତରୀ ଇତ୍ୟାଦି ସମ୍ପର୍କରେ ସୂଚନା ଦେଇ ଆୟୁର୍ବେଦ ବହୁ ପ୍ରାଚୀନ ଚିକିତ୍ସା।ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ଲୋକ ସଭା ସାଂସଦ ଡା ସମ୍ବିତ ପାତ୍ର, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡା ଅରୁଣ କୁମାର ଦାସ ସମସ୍ତଙ୍କୁ ସ୍ବାଗତ କରିଥିଲେ।ଏହି ଅବସରରେ ରାଷ୍ଟ୍ରପତି ମହାବିଦ୍ୟାଳୟ ର ମୁଖପତ୍ର ସ୍ମୃତି ସୁଧା ର ଲୋକାର୍ପଣ କରିଥିଲେ।ମୃତ୍ୟୁଞ୍ଜୟ ରଥ ମଞ୍ଚ ସଂଚାଳନ କରିଥିଲେ।