ଏସ.ପତ୍ରାପାଲି ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ପ୍ରଥମ ପର୍ଯ୍ୟାୟ ରେ ଉଲୁଣ୍ଡା ବ୍ଲକ ଏସ.ପତ୍ରାପାଲି ଗ୍ରାମ ପଂଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଓ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଯୋଜନାରେ ଗତ ଛଅ ମାସରେ ହୋଇଥିବା ପ୍ରକଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଂଚାୟତ ତଥା ଉଦ୍ୟାନ ବିଭାଗ, ବନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା l

ଏଥିରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଗ୍ରାମ ସମ୍ବଳ କର୍ମୀ (ଭି ଆର ପି) ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମକୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲେ l ଆଜି ଗ୍ରାମସଭା ବୈଠକ ରେ ତାହା ଉପସ୍ଥାପନା କରିଥିଲେ l ଏସ ପତ୍ରାପାଲି ପଂଚାୟତ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟଙ୍କା ପଣ୍ଡା, ଗ୍ରାମ ରୋଜଗାର ସେବକ ସୁନୀଲ ସାହୁ ସରପଞ୍ଚ ସନାତନ ମହାଳିକ, ଭି ଆର ପି ନିରୁପମା ମେଣ୍ଡିଲି, ଜନନୀ ମେଣ୍ଡିଲି, ଦମୟନ୍ତୀ ଝାଙ୍କର ଓ ଅଣକୁଶଳୀ ଶ୍ରମିକ ମାନେ ଯୋଗ ଦେଇଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!