ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର ଠାରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟ।ଳୟ ପରିସରରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି । କୃଷି ଜିଲ୍ଲା ଅଧିକାରୀ ବୀରମହାରାଜପୁର ଶ୍ରୀ ଧୀରେନ୍ଦ୍ର ସିଂ ବରିହା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହ୍ଲାଦ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ସହକାରୀ ନିର୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ହୃଷିକେଶ ଦାସ, ମାର୍କ୍ଫେଡ ଅଧିକାରୀ ଗଣେଶ୍ୱର ମହାପାତ୍ର, ପାରାଦ୍ୱୀପ ପସଫେଟ ଲିମିଟେଡ଼ ଏରିଆ ମ୍ୟାନେଜର ସୁନୀଲ ସାହୁ, କୃଷି ଜିଲ୍ଲା ଅଧିକାରୀ ସୋନପୁର ଘନଶ୍ୟାମ ଦେହୁରୀ, କୃଷି ଜିଲ୍ଲା ଅଧିକାରୀ ଡୁଙ୍ଗୁରିପାଲି ବିପିନ ଉଦଗାତା, ଓ ବକ୍ତା ଭାବେ ଜିଲ୍ଲା କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ଼ଃ ବିଶ୍ୱରଂଜନ ପଟ୍ଟନାୟକ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କୃଷି ଜିଲ୍ଲା ଅଧିକାରୀ ଶ୍ରୀ ଧୀରେନ୍ଦ୍ର ସିଂ ବରିହା ଉପସ୍ଥିତ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ବିଶ୍ୱ ମୃତ୍ତିକା ଦିବସ ପାଳନର ତାତ୍ପର୍ଯ୍ୟ, ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଚଳିତ ବର୍ଷ ର ଶୀର୍ଷକ ମୃତ୍ତିକାର ଯତ୍ନ : ପରିମାପ, ପର୍ଯ୍ୟବେକ୍ଷକ, ପରିଚାଳନା ପରିପ୍ରେକ୍ଷୀରେ ମୁଖ୍ୟବକ୍ତା କୃଷି ବିଜ୍ଞାନ ଗବେଷଣା କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ଡ଼ଃ ପଟ୍ଟନାୟକ ବକ୍ତବ୍ୟରେ ମାଟିକୁ ମା ସହିତ ତୁଳନା କରି ଭବିଷ୍ୟତ ପାଇଁ ମାଟିର ଗୁଣାତ୍ମକମାନକୁ ବଜାୟ ରଖିବା ସହିତ, ମାଟିର ଆବଶ୍ୟକ ଯତ୍ନ ଏବଂ ଦାୟିତ୍ଵ ଉପରେ ଗୁରୁତ୍ଵାରୋପ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ନାଏକ ବକ୍ତବ୍ୟରେ ମାଟିର ଉପଯୁକ୍ତ ପରିଚାଳନା ଓ ମାଟିରେ ପରୀକ୍ଷା ଭିତ୍ତିରେ ସାରା ପ୍ରୟୋଗ ଉପରେ ଗୁରୁତ୍ଵ ଆରୋପ କରି ମାଟି ର ଆବଶ୍ୟକ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ୨୦ ଜଣ ଚାଷୀଙ୍କୁ ତାଙ୍କ ନମୁନା ମାଟି ପରୀକ୍ଷା ଭିତ୍ତିରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ କୃଷି ଏବଂ ଆନୁଷଙ୍ଗିକ ବିଭାଗ ଯଥା ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, କୃଷି ବିଜ୍ଞାନ କେନ୍ଦ୍ର (ସୋନପୁର), ପ୍ରାଣୀ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ ଦ୍ଵାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ସମ୍ପର୍କରେ ଚାଷିମାନଙ୍କୁ ଅବଗତ କରିଥିଲେ । ମୃତ୍ତିକା ପରୀକ୍ଷାଗାର ସୋନପୁର ର ବୈଷୟିକ ସହାୟକ ଶ୍ରୀ ଅମରେଶ ରାଉତରାୟ ତଥା ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ବିଭାଗର ମୃତ୍ତିକା ବିଶେଷଜ୍ଞ ସୋନପୁର ଶ୍ରୀମତୀ ପୁର୍ଣିମା ବିଶ୍ୱାଳ ମଞ୍ଚ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *

error: Content is protected !!
Powered by Joinchat