ବାଲିପଦର ଡିଗ୍ରୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଙ୍କୁ ସ୍ଵାଗତ ସମ୍ୱର୍ଦ୍ଧନା

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଲିପଦର ସ୍ଥିତ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ପୂର୍ବତନ ପ୍ରିନ୍ସପାଲ ଡାକ୍ତର ବିବେକାନନ୍ଦ ପଟ୍ଟନାୟକ ନଭେମ୍ବର ୩୦ ତାରିଖ ଦିନ ଅବସର ଗ୍ରହଣ ପରେ ନୂତନ ଅଧ୍ୟକ୍ଷ ଭାବରେ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଗୋପୀନାଥ ମହାନ୍ତିଙ୍କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନୂତନ ପ୍ରିନ୍ସପାଲ ଭାବେ ନିଯୁକ୍ତି ଦିଆଯାଇଛି।ଭଞ୍ଜନଗର ଉପଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ଙ୍କ ସୁପାରିଶ କ୍ରମେ ନିଯୁକ୍ତି ପାଇଥିବା ପ୍ରିନ୍ସପାଲ ଶ୍ରୀ ମହାନ୍ତିଙ୍କୁ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀଙ୍କ ପକ୍ଷରୁ ସ୍ଵାଗତ ସମ୍ୱର୍ଦ୍ଧନା ଦିଆଯାଇଛି।

ଏହି ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସପାଲ ସରୋଜକାନ୍ତ ଦାସ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର,ପ୍ରାଧ୍ୟାପକ କମେଶ୍ୱର ବେହେରା,ଡ.ଏ.ଜିତେଶ ରାଓ ଦୋର,ଅଧ୍ୟାପିକା ମିନତୀ ଆଚାରୀ,ପ୍ରେମାନନ୍ଦ ପ୍ରଧାନ, ଭକ୍ତ ଲତା ଦାସ, ସଲୀଳା ନାୟକ, ଭଞ୍ଜ କିଶୋର ଗୌଡ଼,ନବୀନ ସ୍ୱାଇଁ, ସିମାଞ୍ଚଳ ଗୌଡଙ୍କ ସମତେ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇ ନୂତନ ପ୍ରିନ୍ସପାଲ ଶ୍ରୀ ମହାନ୍ତି ଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!