ଭାରତରତ୍ନ ବାବାସାହେବ ଡ଼ଃ ଭୀମରାଓ ଆମ୍ବେଦକରଙ୍କ ୬୮ତମ ମହାପରିନିର୍ବାଣ ଦିବସ ପାଳନ

ସୁବର୍ଣ୍ଣପୁର (ଚୈତନ୍ୟ ଭୁକ୍ତା): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲକ୍ଷେଘର ଗଣ୍ଡା ସମାଜ ବିକାଶ ପରିଷଦ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ. ବାବାସାହେବ ଆମ୍ବେଦକରଙ୍କ ମହାପାରୀନିର୍ବାଣ ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି l ବିକାଶ ପରିଷଦ ତରଫରୁ ସର୍ବପ୍ରଥମେ ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତୀ ରେ ପ୍ରଦୀପ ପ୍ରଜ୍ବଳନ କରାଯିବା ସହିତ, ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ଅବସରରେ, ପରିଷଦ ର ସଭାପତି-ବୈଷ୍ଣବ ଚରଣ ତରାଇ ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ସଭାର ଆୟୋଜନ ମଧ୍ୟ କରାଯାଇଥିଲା l ଉକ୍ତ ସଭାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ର ସଭାପତି, ସମ୍ପାଦକ ତଥା ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ l

ପରିଷଦର ସାଧାରଣ ସମ୍ପାଦକ-ଅରୁଣ ମହାନନ୍ଦ, ମହାପରିନିର୍ବାଣ ଦିବସ ପାଳନ ର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ l ପରିଷଦ ର କାର୍ଯ୍ୟକାରୀ ସଭାପତି-ଗୋବିନ୍ଦ ଦାସ ତରାଇ, ଆମ୍ବେଦକର ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ l ପରିଷଦ ର ସହସମ୍ପାଦକ-ରାଜୁକୁମାର ଲୁହା ଧନ୍ୟବାଦ ଅର୍ପଣ କରିଥିବାବେଳେ,ପରିଷଦ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ପ୍ରମୁଖ ସହଯୋଗ ରେ କୃଷ୍ଣ ସୁନା ଥିବାବେଳେ,ପରିଷଦ ର କାର୍ଯ୍ୟକାରୀ ସମ୍ପାଦକ- ନାରାୟଣ ହରିପାଲ ସଭା ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!