ଗନ୍ଧମାର୍ଦ୍ଦନକୁ ଜାତୀୟ ସମ୍ପତ୍ତି ଘୋଷଣା କରାଯାଉ: ପ୍ରଦୀପ ପୁରୋହିତ

ବରଗଡ (ମୁକୁନ୍ଦ ଦାଶ):ଲୋକସଭା ଶୀତକାଳୀନ ଅଧିବେଶନରେ ଗୁରୁବାର ୩୭୭ ଧାରା ଅଧିନିୟମ ଅନୁୟାୟୀ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସମ୍ପତ୍ତି ଘୋଷଣା ପାଇଁ ଲୋକସଭାରେ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ଉଠାଇଛନ୍ତି । ଏକ ପ୍ରେସ ବିବୃତ୍ତିରେ ଏମ୍‌ପି ପୁରୋହିତ ଉଲ୍ଲେଖ କରିଛନ୍ତି ଯେ, ୯୭ କିମି ବ୍ୟାପୀ ପଶ୍ଚିମ ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼ରେ ୨ଟି ପ୍ରମୁଖ ନଦୀ, ବହୁ ଝରଣା, ଦୁର୍ଲଭ ବନୌଷଧିର ଭଣ୍ଡାର ରହିଛି।ଏତଦ ବ୍ୟତୀତ ନୃସିଂହନାଥ, ହରିଶଙ୍କର ୨ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ମନ୍ଦିର ଅବସ୍ଥିତ। ଚୀନ ପରିବ୍ରାଜକ ହୁଏନସା ଗନ୍ଧମାର୍ଦ୍ଦନକୁ ପରିମଳ ଭାବେ ଉଲ୍ଲେଖ କରି ବହୁ ବର୍ଷ ତଳେ ବୌଦ୍ଧ ବିହାର ଥିବା ଉଲ୍ଲେଖ କରିଛନ୍ତି।

ଗନ୍ଧମାର୍ଦ୍ଦନ ଚାରିପଟେ ୫୦ ହଜାର ଜନଜାତିର ପରିବାର ଜୀବନ ଜୀବିକା ନିଭର କରି ଚଳୁଥିବା ପୁରୋହିତ ଉଲ୍ଲେଖ କରିବା ସହ ୧୯୮୩ରେ ତତ୍କାଳୀନ କଂଗ୍ରେସ ସରକାର ଗନ୍ଧମାର୍ଦ୍ଦନରେ ବକ୍ସାଇଟ ଉଭୋଳନ ପାଇଁ ଖଣି ପଟା ଦେଇଥିଲା । ଜନଜାତି ଓ ଜନସାଧାରଣଙ୍କ ତୀବ୍ର ବିରୋଧ ଯୋଗୁ ୧୯୮୮ରେ ସରକାର ଖଣି ପଟା ରଦ୍ଦ କରିଥିଲେ।କିନ୍ତୁ ବିଭିନ୍ନ ସମୟରେ ଗନ୍ଧମାର୍ଦ୍ଦନରେ ବିଭିନ୍ନ ସରକାର ସମୟରେ ଖଣି ଖନନର ପ୍ରୟାସ କରାଯାଇଛି। ଏହି ପରିପେକ୍ଷୀରେ ଲୋକସଭାରେ ଗନ୍ଧମାର୍ଦ୍ଦନ ପାହାଡକୁ ଜାତୀୟ ସମ୍ପତ୍ତି ରୂପେ ଘୋଷଣା କରିବା ପାଇଁମ୍‌ ଏମ୍‌ପି ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏପରିକି ନୃସିଂହନାଥ ଏବଂ ହରିଶଙ୍କରକୁ ଜାତୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *

error: Content is protected !!