କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ ଅଧିକାରୀ ଆଶିଷ ସିଂ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇପିଏସ୍ ଅଧିକାରୀ ଆଶିଷ ସିଂ। ବର୍ତ୍ତମାନ ତାଙ୍କୁ ଅର୍ଦ୍ଧସାମରିକ ବାହିନୀ ଇଣ୍ଡୋ-ତିଦ୍ଦତ ବର୍ଡର ପୁଲିସ ବା ଆଇଟିବିପିରେ ଆଇଜି ଭାବରେ ନିଯୁକ୍ତି ଦିଆଯାଇଛି।୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦେଶ ଯାଏଁ ସେ ଡେପୁଟେସନରେ ଯାଇଥିବା ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନ ସେ ଗୃହ ବିଭାଗର ଓଏସଡି ଭାବରେ କାର୍ଯ୍ୟ କରୁଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ସେ ବିବାଦ ଘେରକୁ ଆସିଥିଲେ। ନିର୍ବାଚନ ପରିଚାଳନାରେ ଅନିୟମିତତା କରୁଥିବା ନେଇ ନିର୍ବାଚନ ଆୟୋଗ ଅଧ୍ୟକ୍ଷ ଅଭିଯୋଗ ଆଣିଥିଲେ। ପରେ ସେ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଯାଇଥିଲେ। ପରେ ତାଙ୍କୁ ଗୃହ ବିଭାଗର ଓଏଡି ଭାବରେ ନିଯୁକ୍ତି ମିଳିଥିଲା।

Leave a Reply

Your email address will not be published. Required fields are marked *

Powered by Joinchat