ଭୁବନେଶ୍ବର (ସମୀର ରଞ୍ଜନ ନାୟକ ): ପୋଲାଭରମ୍ ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ପ୍ରଶ୍ନ କରାଯାଇଛି। ବିଧାନସଭାରେ ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହେବାରୁ କଂଗ୍ରେସ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶା ବୁଡୁଥିବାବେଳେ, ଆନ୍ଧ୍ରପ୍ରଦେଶ ହସୁଛି । କିନ୍ତୁ ଓଡ଼ିଶା ସରକାର ନୀରବତା ଅବଲମ୍ବନ କରୁଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ପୋଲାଭରମ୍ ପ୍ରସଙ୍ଗ ନେଇ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଣାଯାଇଥିଲା ।
କିନ୍ତୁ ସୁପ୍ରିମକୋର୍ଟଙ୍କ ଆଳ ଦେଖାଇ ଗୃହରେ ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଅଗ୍ରାହ୍ୟ କରିଦେଲେ ।ସୂଚନାଯୋଗ୍ୟ, ଶୁକ୍ରବାର ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ପକ୍ଷରୁ ପୋଲାଭରମ୍ ପ୍ରସଙ୍ଗ ଉଠାଯାଇଥିଲା । ଏହାସହ ମୁଲତବୀ ପ୍ରସ୍ତାବ ମଧ୍ୟ ଆଣାଯାଇଥିଲା । ଏହାକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗୃହରେ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପରେ ପୁଣି ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। । ସେ ପଟେ ପୋଲାଭରମ୍ ପ୍ରସଙ୍ଗରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା। ଆଉ ଆଗକୁ ବି ଲଢ଼େଇ ଜାରି ରହିବ ବୋଲି ନବୀନ କହିଛନ୍ତି ନବୀନଙ୍କୁ କଡ଼ା କାଉଣ୍ଟରକାଉଣ୍ଟର କଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ‘୨୪ବର୍ଷର ଇତିହାସ ବହୁତ ଲମ୍ବା ଅଛି’ମୁହଁ ଖୋଲିଲେ ରାଜନୀତିରେ ସନ୍ନ୍ୟାସ ନେଇଯିବେ’ଲୋକଙ୍କ ସ୍ବାର୍ଥ ପାଇଁ ବିଜେପି ଲଢ଼େଇ ପାଇଁ ଆଗକୁ ଆସି