ବାଲଜୁରୀ ସ୍କୁଲରେ ଭ୍ରାମ୍ୟମାଣ ପାଠାଗାର

ବରଗଡ଼ (ମୁକୁନ୍ଦ ଦାସ) : ସହର ଠାରୁ ୧୧ କିଲୋ ମିଟର ଦୂର ବାଲଜୁରୀ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ‘ଶିଶୁଶ୍ରୀ ଭ୍ରାମ୍ୟମାଣ ପାଠାଗାର’ ତରଫରୁ “ପିଲାଙ୍କ ପାଖରେ ପାଠାଗାର ଭ୍ରାମ୍ୟମାଣ ପୁସ୍ତକ ପଠନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ମନୋରଂଜନ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମନସ୍କ ବ୍ୟକ୍ତି ଜଣେ ଜୀବନରେ କେବେ ଭୁଲ ରାସ୍ତାରେ ଯାଇ ନଥାଏ ବୋଲି ମତବ୍ୟକ୍ତ କରିଥିଲେ। ତେଣୁ ପିଲାଏ ଭଲ ବହି ପଢ଼ି ଭଲ ମଣିଷ ହେବାକୁ ସେ ଆହ୍ବାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ତହସିଲଦାର ଭୋଇ, ଶିକ୍ଷୟିତ୍ରୀ ସୀମା ବାରିକ୍, ସୁନୀତା ମହାନନ୍ଦ ଓ ଅଞ୍ଜଳି ବୁଧିଆ ଜୀବନର ଶେଷ ପର୍ଯ୍ୟନ୍ତ ପୁସ୍ତକ ପଠନ ଜାରି ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁଶ୍ରୀ ର ଆବାହକ ଡକ୍ଟର ରବିନାରାୟଣ ସାହୁଙ୍କ ସଂଯୋଜନାରେ ଆୟୋଜିତ ପୁସ୍ତକ ପଠନ କାର୍ଯ୍ୟକ୍ରମରେ ଭାଗନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାଚୀ ବିଶ୍ବାଳ, ଦେବାଶିଷ ଜୁଆଡି ଓ ବିଉଟି ବିଶ୍ବାଳ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ। ଶିକ୍ଷକ ଡିଲେଶ୍ବର କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!