ଶିଶୁ ମନ୍ଦିର ଶିକ୍ଷକ ପଦ୍ମନାଭ ତ୍ରିପାଠୀଙ୍କ ପରଲୋକ।

କେନ୍ଦୁଝର/ଯୋଡ଼ା (ସୀତାରାମ ଦୀକ୍ଷିତ) : କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଖୁବ ଜଣା ଶୁଣା ସମସ୍ତଙ୍କର ପ୍ରିୟ ପଦ୍ମନାଭ ତ୍ରିପାଠୀ ସାର ଙ୍କର ଦେହାନ୍ତ ହୋଇଯାଇଛି।ତେବେ ୧ନମ୍ୱର ୱାର୍ଡ ଶାସ୍ତ୍ରୀ ନଗର ସ୍ଥିତ ବାସଭବନରେ ଦେହାନ୍ତ ହୋଇ ଥିବାର ଖବର ମିଳିଛି। ଘଟଣାରୁ ପ୍ରକାଶ ଯେ ସକାଳ ୮ ଟା ସମୟରେ ନିଜ ବାସଗୃହରେ କିଛି ଛାତ୍ର ଛାତ୍ରୀ ଙ୍କୁ ପଡାଉ ଥିବା ବେଳେ ତାଙ୍କୁ ପରିସ୍ରା ଲାଗିବାରୁ ସେ ବାର୍ଥରୁମ୍ କୁ ଯାଇଥିଲେ। ତାଙ୍କର ବାର୍ଥ୍ରୂମ ରୁ ଫେରିବା ଡେରି ଦେଖି ଡାକିବାରୁ ସେ କୌଣସି ଉତ୍ତର ଦେଇ ନ ଥିଲେ।

ପରେ କବାଟ ଭାଙ୍ଗି ଦେଖିଲେ ସେ ତଳେ ପଡିଛନ୍ତି।ସଙ୍ଗେ ସଙ୍ଗେ ଟାଟା ଷ୍ଟିଲ ମେଡିକାଲ ନେଇଥିଲେ।ସେଠାରେ ଡାକ୍ଟର ତାଙ୍କୁ ମୃତ ଘୋଷଣା କରିଥିଲେ।ସେ ଜଣେ ସରଳ ବିଶ୍ବାସୀ,ପରୋପକାରୀ, ଧର୍ମପରାୟଣ,ନିର୍ଭିକ ଓ ଭଲ ଶିକ୍ଷକ ତା ପାଇଁ ଯୋଡ଼ା ରେ ସେ ବହୁ ଲୋକପ୍ରିୟ। ତେଣୁ ଯୋଡ଼ାବାସୀ ଜଣେ ଭଲ ଶିକ୍ଷକ ହରାଇଲେ ବୋଲି ମତ ପ୍ରକାଶ କରିଛନ୍ତି। ତାଙ୍କୁ ୫୨ ବର୍ଷ ହୋଇ ଥିଲା ବୋଲି ଜଣାପଡିଛି।ପଦ୍ମାଲାଭ ତ୍ରିପାଠୀ ମୃତ୍ୟୁ ଖବର ପ୍ରକାଶ ଥିବାରୁ ଯୋଡ଼ା ରେ ଶୋକ ର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!